ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଉ ୮ ଗିରଫ

ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍‌ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ ମୋଟ ୨୫ଜଣ ଗିରଫ ହୋଇସାରିଲେଣି ବୋଲି ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଶନିବାର ଏସ୍‌ପି ଅଫିସ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ମଲ୍ଲିକ, ଶାନ୍ତନୁ ମିଶ୍ର, ସନ୍ଦୀପ କୁମାର ମହାନ୍ତି, ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା, ଅଜୟ କୁମାର ବିଶ୍ୱାଳ, ରାଜୀବ ଲୋଚନ ସାହୁ, ସପନ କୁମାର ରାଉତ। ଏମାନଙ୍କଠାରୁ ୩୪ହଜାର ୭ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ ପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ ସୂଚନା ଅନୁଯାୟୀ, ସହଦେବଖୁଣ୍ଟା ମଡ଼େଲ ଥାନାରେ ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା (ନଂ. ୩୦୩/୨୩) ରୁଜୁ କରାଯାଇ ତନାଘନା କରାଯାଇଥିଲା। ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡଙ୍କ ସହ ୧୭ଜଣଙ୍କ ମଧ୍ୟରେ ୩ଜଣ ସରକାରୀ ଅଧିକାରୀ ଥିଲେ। ସେମାନଙ୍କ ପାଇଁ ବିହାର ରାଜ୍ୟ ପାଟନାର ଆକାଉଣ୍ଟ ଜେନେରାଲ (ଏଜି), କନ୍ଧମାଳ ଓ ଯାଜପୁରର ଜିଲା ଶିକ୍ଷାଧିକାରୀଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଭାବେ ଜଣାଯାଇଥିଲା। ଶନିବାର ଗିରଫଙ୍କ ମଧ୍ୟରେ ବାଲେଶ୍ୱରର ଶିକ୍ଷକ ଅଜୟ କୁମାର ବିଶ୍ୱାଳ ଓ ବିଜୟ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ତେବେ ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାର, ବୀରେନ୍ଦ୍ର ସିଂହ, ବିଜେନ୍ଦ୍ର କୁମାର, ପଟ୍ଟା ସୁନୀଲ, ସୁଶାନ୍ତ କୁମାର ସାହୁ, ଗୋବିନ୍ଦ ତ୍ରିପାଠୀ ପ୍ରମୁଖଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରାଯାଇଛି ା ଏହାସହିତ ଓଡ଼ିଶା ବାହାରେ ଏକାଧିକ ସ୍ଥାନରୁ ତଥ୍ୟ ହାସଲ ପାଇଁ ସର୍ଚ୍ଚ ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ପ୍ରକ୍ରିୟାରେ ସେମାନେ ପ୍ରାର୍ଥୀମାନଙ୍କ ଯୋଗାଯୋଗ କରିଛନ୍ତି। ଏଥିପାଇଁ ଦୁଇଟି ମାଧ୍ୟମ ଜଣାପଡ଼ିଛି। ମ୍ୟାନ୍‌ ପାୱାର କନସଲଟାନ୍ସି ସର୍ଭିସେସ୍‌ ଓ ଅନଲାଇନ୍‌ ପାଠପଢ଼ା ଗ୍ରୁପ୍‌ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ (ଟେଲିଗ୍ରାମ୍‌ ଓ ହ୍ବାଟ୍ସଆପ୍‌) ଜରିଆରେ ପ୍ରାର୍ଥୀମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଛନ୍ତି। ଇନ୍‌ଡିଭିଜୁଆଲ ଚେନ୍‌ ଓ ଲିଙ୍କ୍‌ସ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି। ଗିରଫଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଗିରଫମାନଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ସିଜ୍‌ କରାଯାଇଛି। ଏହି ପ୍ରକ୍ରିୟାରେ ବିହାରର ଏକ ପ୍ରିଣ୍ଟିଂପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ବିହାରରେ ଥିବା ମାଷ୍ଟରମାଇଣ୍ଡଙ୍କ ମାଧ୍ୟମରେ ସେମାନେ ଓଡ଼ିଶାକୁ ପ୍ରବେଶ କରିଥିଲେ। ଓଡ଼ିଶାରେ କିଛି ଦଲାଲଙ୍କୁ ହାତ କରି ସେମାନେ ଭେରିଅସ୍‌ ମ୍ୟାନପାୱାର କନସଲଟାନ୍ସି ସର୍ଭିସେସ୍‌ ଓ ଅନଲାଇନ୍‌ ପାଠପଢ଼ା ଗ୍ରୁପ୍‌ ମାଧ୍ୟମରେ ପ୍ରାର୍ଥୀଙ୍କ ନିକଟରେ ପହଞ୍ଚିଥିଲେ। ଏହି ଲିଙ୍କ୍‌କୁ ଠାବ କରିବାରେ ପୋଲିସ ସକ୍ଷମ ହୋଇଥିବାର ପ୍ରକାଶ କରିଛି। ଏହି ରାକେଟରେ ସମ୍ପୃକ୍ତ ଓଡ଼ିଶା ଓ ବାହାର ରାଜ୍ୟର ଏକାଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ା ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେହୁରିଆ, ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ସଦର ଥାନା ଆଇଆଇସି ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା
ସୂଚନାଯୋଗ୍ୟ ଯେ, ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବିଭିନ୍ନ କେନ୍ଦ୍ରକୁ ପଠାଯିବା ପୂର୍ବରୁ ପ୍ରିଣ୍ଟିଂପ୍ରେସ୍‌ର ହେଲପର ବିରେନ୍ଦ୍ର ସିଂହ ସହଯୋଗରେ ମାଷ୍ଟରମାଇଣ୍ଡ ବିଶାଳ ଫାଇନାଲ ପ୍ରଶ୍ନପତ୍ର ପାଉଥିଲେ। ପରେ ଦଲାଲମାନଙ୍କ ସହଯୋଗରେ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ କରାଯାଉଥିଲା। ଏହି ସମୟରେ ପରୀକ୍ଷାର୍ଥୀଙ୍କ ସମସ୍ତ ମୂଳ ସାର୍ଟିଫିକେଟ ସହ ଚୁକ୍ତି ହୋଇଥିବା ଅର୍ଥର ଅଧା ମାଷ୍ଟରମାଇଣ୍ଡ ବିଶାଳ ନେଇଯାଉଥିଲେ। ବାକି ଅଧା ଅର୍ଥ ପରୀକ୍ଷା ଫଳ ବାହାରିଲେ ନିଆଯାଉଥିଲା। ଏହିଭଳି ଓଏସ୍‌ଏସ୍‌ସି ପରିଚାଳିତ ସିଭିଲ୍‌ ମେନ ଜେଇ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ନେଇ ଦୀଘାଠାରେ ସମ୍ମିଳିତ ହୋଇଥିବା ବେଳେ ଦଲାଲମାନଙ୍କୁ ପୋଲିସ ଗିରଫ କରିଥିଲା ା ଦୀଘାରୁ ମୋଟ୍‌ ଜଣେ ମହିଳାଙ୍କ ସମେତ ୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପରେ ମାଷ୍ଟରମାଇଣ୍ଡ ସହ ଅନ୍ୟ ୭ଜଣ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri