Categories: ଖେଳ

ବାନ୍ଧବୀ ହତ୍ୟା ମାମଲା: ପାରୋଲରେ ଆସିବେ ପିଷ୍ଟୋରିୟସ୍‌

କେପ୍‌ ଟାଉନ୍‌,୨୫ା୧୧: ବ୍ଳେଡ୍‌ ରନର ଭାବରେ ପ୍ରସିଦ୍ଧ ଓସ୍କାର ପିଷ୍ଟୋରିୟସ ପାରୋଲରେ ବାହାରିବାର ସମ୍ଭାବନା ରହିଛି। ବାନ୍ଧବୀଙ୍କୁ ହତ୍ୟା କରିବା ମାମଲାରେ ସେ ବିଗତ ୧୦ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ଚଳିତ ସପ୍ତାହରେ ନିଜର ୩୭ ତମ ଜନ୍ମ ଦିବସ ପାଳନ କରିଥିବା ପିଷ୍ଟୋରିୟସ ମାର୍ଚ୍ଚ ମାସରେ ମଧ୍ୟ ପାରୋଲ ପାଇଁ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ୨୦୧୪ ରେ ନିଜ ବାନ୍ଧବୀଙ୍କୁ ହତ୍ୟା କରିବା ଅଭିଯୋଗରେ ସେ ୧୦ ବର୍ଷ ହେବ ଜେଲ୍‌ରେ ରହିଛନ୍ତି। ୧୩ ବର୍ଷର କାରାଦଣ୍ଡାଦେଶ ହୋଇଥିବା ବେଳେ ସମୟ ପୂର୍ବରୁ ମୁକ୍ତ କରିବାକୁ କୋର୍ଟ ଅନିଚ୍ଛା ପ୍ରକାଶ କରିଛନ୍ତି। ଫଳରେ ପିଷ୍ଟୋରିୟସ ପାରୋଲରେ ବାହାରକୁ ଆସିବାର ସମ୍ଭାବନା ରହିଛି। ଦଣ୍ଡାଦେଶର ଅଧା ସମୟ ଯଦି ଜଣେ ବ୍ୟକ୍ତି ଜେଲରେ ବିତାଉଛି ତେବେ ସେ ପାରୋଲ ପାଇଁ ଯୋଗ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ ପିଷ୍ଟୋରିୟସଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ବାନ୍ଧବୀ ରିଭା ଷ୍ଟିନ୍‌କ୍ୟାମ୍ପଙ୍କୁ ଗୁଳି କରିଥିଲେ। କବାଟ ବାହାରେ କେହି ଅଜଣା ଆତତାୟୀ ଥିବା ସନ୍ଦେହ କରି ସେ ଗୁଳି ଚଳାଇଥିଲେ ବୋଲି ପିଷ୍ଟୋରିୟସ କହିଥିଲେ।

Share