ଓସ୍କାର ଦୌଡରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଗତବର୍ଷର ସୁପରହିଟ୍ ମୁଭି ‘ଦ କଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛି । ନିର୍ଦ୍ଦେଶ ବିବକେ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହାଇସାରିଛି । କେବଳ ଏତିକି ନୁହେଁ ଫିଲ୍ମର ଲିଡ ଅଭିନେତା ଅନୁପମ ଖେରଙ୍କ ନାଁ ମଧ୍ୟ ଓସ୍କାରର ବେଷ୍ଟ ଆକ୍ଟର କାଟାଗୋରୀରେ ସର୍ଟ ଲିଷ୍ଟ ହୋଇଛି ।

‘ଦ କଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ଅଭିନେତା ଅନୁପମ ଖେର ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ଗୋଟିଏ ଫିଲ୍ମ ଭାବେ ‘ଦ କଶ୍ମୀର ଫାଇଲ୍ସ’କୁ ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ କରାଯାଇଥିବାରୁ ଖୁସି ଲାଗୁଛି । ସର୍ଟଲିଷ୍ଟ ଭାବେ ବି ଏହା ଆମ ପାଇଁ ବଡ ସଫଳତା । ଲିଷ୍ଟରେ ସାମିଲ ହୋଇଥିବା ଅନ୍ୟ ଭାରତୀୟ ଫିଲ୍ମକୁ ମୋ ପକ୍ଷରୁ ଶୁଭେଚ୍ଛା ।
ସୂଚନାଯୋଗ୍ୟ, ବିବେକ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଅନେକ ବିବଦ ମଧ୍ୟକୁ ଆସିଥିଲେ ବି ଅଭିନେତା ଅନୁପମ ଖେର ଏଥିରେ ତାଙ୍କ ଅଭିନୟର ୧୦୦ ପ୍ରତିଶତ ଦେଇଛନ୍ତି । ଏହାର ଯେତେ ପ୍ରଶଂସା କଲେ ବି କମ ହେବ । ଜଣେ ବରିଷ୍ଠ ଅଭିନେତା ଭାବେ ବର୍ତ୍ତମାନର ସମୟ ଗର୍ବ କରିବାର ସମୟ । ଅନୁପମଙ୍କ ବ୍ୟତୀତ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବି ଫିଲ୍ମର ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି ।
ତେବେ ଓସ୍କାର ୨୦୨୩ର ଲିଷ୍ଟରେ ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ ବି ସର୍ଟଲିଷ୍ଟ ହୋଇଛି । ଏହାସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି ‘ରକେଟ୍ରି ଦ ନମ୍ବି ଇଫେକ୍ଟ’ ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri