Categories: ଜାତୀୟ

କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ, ୨।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅର୍ଥାତ୍‌ ଏପ୍ରିଲ ୩ରୁ ୧୨ ଘଣ୍ଟିଆ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି। ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେ ଡିଭିଜନାଲ କମିଶନର ଏ ନେଇ ସୂଚନା ଦେଇଛନ୍ତି।
ଏଥିସହ ଆଗାମୀ ୭ ଦିନ ପାଇଁ ସହରର ସମସ୍ତ ହୋଟେଲ, ବାର୍‌ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି। ଖାଦ୍ୟ ହୋମ ଡେଲିଭରି ପାଇଁ ଅନୁମତି ରହିଛି। ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହରେ ୫୦, ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି। ସେହିପରି ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଏ ନେଇ ଆଜି ରାତି ସାଢ଼େ ୮ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମ୍ବୋଧନ କରିବେ ବୋଲିଜଣାପଡ଼ିଛି।

Share