ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡା ଅଫିସ,୨।୪: ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ରାୟ ଶନିବାର ପ୍ରକାଶ ପାଇଛି। ରାୟଗଡ ଅତିରିକ୍ତ ଜିଲା ଦୌରାଜଜ କଳ୍ପନା ଦାଶ ଏବଂ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଛନ୍ଦି ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟର ଏହି ରାୟ ପ୍ରକାଶ ପାଇବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଗତ ୨୦୧୬ ମସିହାରେ ଛତିଶଗଡ ରାୟଗଡ ଜିଲା ଚକ୍ରଧର ନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ଏକ ଝିଅକୁ ହତ୍ୟାକରି ଫିଙ୍ଗି ଦିଆଯାଇଥିଲା । ପୋଲିସ ମୃତଦେହ ଦ୍ବୟକୁ ଜବତ କରି ଚକ୍ରଧର ନଗର ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ପୋଲିସ ତଦନ୍ତ ପରେ ଏହା ବ୍ରଜରାଜନଗରର କଳ୍ପନା ଦାଶ ଓ ତାଙ୍କ ଝିଅ ବବଲିଙ୍କ ମୃତଦେହ ବୋଲି ଜଣାପଡିଥିଲା। ତା’ପରେ ପୋଲିସ ତଦନ୍ତ କରି ଏହି ହତ୍ୟାକାଣ୍ଡରେ ବ୍ରଜରାଜନଗର ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଥିଲା। ଉଭୟଙ୍କୁ ପୋଲିସ ଗତ ୨୦୨୦ ଫେବୃଆରୀ ୧୩ ତାରିଖରେ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା। ଗତ ୨ମାସ ତଳେ ଡ୍ରାଇଭର ଟପ୍ପୋ ଜେଲରୁ ମୁକୁଳିଥିଲେ। ଅନୁପ ଜେଲରେ ଥିଲେ। କୋର୍ଟରେ ଏହାର ବିଚାର ଚାଲିଥିବା ବେଳେ ଏପ୍ରିଲ ୨ ତାରିଖରେ ଏହାର ଚୂଡାନ୍ତ ରାୟ ପ୍ରକାଶ ପାଇବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri