ପରପାରିରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନଙ୍କ ପରଲୋକ ହୋଇଛି। ଶନିବାର ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ସ୍ତ୍ରୀ ସୁଶୀଳା ରାଜେନ୍ଦ୍ରନଙ୍କ ସହ ଦୁଇ ପୁଅ ଓ ଝିଅକୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି।
୧୯୫୭ ବ୍ୟାଚ୍‌ର ଆଇଏଏସ ଟପ୍ପର ରାଜେନ୍ଦ୍ରନ ତାମିଲନାଡୁର ମୁଖ୍ୟ ସଚିବ ରହିଥିଲେ। ୧୯୯୯ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ମହାବାତ୍ୟା ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସମୟରେ ଉଦ୍ଧାରକାର୍ଯ୍ୟ ଓ ରିଲିଫ ତଦାରଖ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।