Categories: ଜାତୀୟ

ଶନିବାର ହେବ ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତିର ଉନ୍ମୋଚନ

ଜୟପୁର,୨୮।୧୦: ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତିର ନିର୍ମାଣ ଶେଷ ହୋଇଛି। ରାଜସ୍ଥାନର ରାଜସମାନ ଜିଲାର ନାଥଦ୍ୱାରରେ ନିର୍ମିତ ଏହି ପ୍ରତିମାର ଉନ୍ମାଚନ ସମାରୋହ ଶନିବାରଠାରୁ ଆରମ୍ଭ ହେବ। ଏହା ନଭେମ୍ବର ୬ ଯାଏ ଚାଲିବ ବୋଲି ଜଣାପଡ଼ିଛି।

ନାଥଦ୍ୱାରରେ ଗଣେଶ ଟେକ୍ରି ଉପରେ ଥିବା ପାହାଡ ଉପରେ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଛି। ଏଥିରେ ଭଗବାନ ଶିବ ଧ୍ୟାନ ମୁଦ୍ରାରେ ବସିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୩୬୯ ମିଟର ହୋଇଥିବା ବେଳେ ଏହାର ନାମ ‘ବିଶ୍ୱାସ ସ୍ବରୂପମ୍‌’ ଦିଆଯାଇଛି। ଏହାକୁ ନିର୍ମାଣ କରିବା ଲାଗି ୧୦ ବର୍ଷ ସମୟ ଲାଗିଛି। ବିଶ୍ୱର ଶ୍ରେଷ୍ଠ-୫ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟରେ ଏହା ସ୍ଥାନ ପାଇଛି। ସନ୍ଥ କୃପା ସନାତନ ସଂସ୍ଥାନ ଏହାକୁ ପ୍ରସ୍ତୁତ କରିଛନ୍ତି। ତେବେ ରାତିରେ ଏହି ପ୍ରତିମୂର୍ତ୍ତିକୁ ସ୍ପଷ୍ଟ ଭାବେ ଦେଖିବା ଲାଗି ସ୍ବତନ୍ତ୍ର ଆଲୋକର ବ୍ୟବସ୍ଥା କରାଯାଇଛି।

ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ୍‌ ହୋଇଥିବାରୁ ଏହା ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ହେବାକୁ ଯାଉଛି। ତେବେ ଏହା ପଛର କାହାଣୀ ମଧ୍ୟ ରୋମାଞ୍ଚକର। ୨୦୧୨ରେ ଏହି ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା, ସେତେବେଳେ ଏହାର ଉଚ୍ଚତା ୨୫୧ ମିଟର ରଖିବାକୁ ଯୋଜନା କରାଯାଇଥିଲା। ହେଲେ ନିର୍ମାଣ ସମୟରେ ଏହାର ଉଚ୍ଚତା ୩୫୧ ମିଟରରେ ପହଞ୍ଚିଥିଲା। ପରେ ଶିବଙ୍କ ଜଟାରେ ଗଙ୍ଗାଙ୍କ ଜଳଧାରା ରଖିବାକୁ ଯୋଜନା କରାଯାଇଥିଲା, ଫଳରେ ଏହାର ଉଚ୍ଚତା ୩୬୯ ମିଟରରେ ପହଞ୍ଚିିଥିଲା।

Share