Posted inଖେଳ

ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଫାଇନାଲରେ କ୍ରିଷ୍ଣା- ବିଷ୍ଣୁ, ସାଇନା ଆଉଟ୍‌

ପ୍ୟାରିସ୍‌,୨୮।୩(ପି.ଟି.): ଏଠାରେ ଚାଲିଥିବା ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଭାରତୀୟ ଯୋଡି କ୍ରିଷ୍ଣା ପ୍ରସାଦ ଗାରାଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ପାଞ୍ଜାଲା ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତର ଟାଇଟଲ ଆଶା ଉଜ୍ଜୀବିତ ରହିଛି।
ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ସେମିରେ ଡେନମାର୍କର ଲାଇନ୍‌ କ୍ରିଷ୍ଟୋଫେର୍ସେନଙ୍କଠାରୁ ୧୭- ୨୧, ୧୭ -୨୧ରେ ମାତ୍ର ୨୮ ମିନିଟ୍‌ରେ ପରାସ୍ତ ହୋଇଥିଲେ। ଅନ୍ୟପଟେ ମହିଳା ଡବଲ୍ସ ଯୋଡି ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକ୍କି ରେଡ୍ଡୀ ସେମିରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଏହି ଭାରତୀୟ ମହିଳା ଯୋଡି ୧୮- ୧୨, ୯- ୨୧ରେ ଟପ୍‌ ସିଡ୍‌ ଥାଇଲାଣ୍ଡ ଯୋଡି ଜଙ୍ଗ୍‌କୋଲଫାନ କିଟିଥାରାକୁଲ ଓ ରାଓ୍ବିଣ୍ଡା ପ୍ରଜୋଙ୍ଗଜାଇଙ୍କଠାରୁ ପରାସ୍ତ ହୋଇଛନ୍ତି।
ତେବେ କ୍ରିଷ୍ଣା ଓ ବିଷ୍ଣୁ ୨୧-୧୭, ୨୧-୧୭ରେ ପୁରୁଷ ଡବଲ୍ସ ସେମିଫାଇନାଲରେ ଇଂଲଣ୍ଡ ଯୋଡି କାଲମ ହେମିଂ ଓ ଷ୍ଟିଭେନ ଷ୍ଟାଲୁଡଙ୍କୁ ମାତ୍ର ୩୫ ମିନିଟ୍‌ରେ ପରାସ୍ତ କରି ପ୍ରଥମଥର ପାଇଁ ଫାଇନାଲକୁ ଉଠିଛନ୍ତି ଓ ଭାରତର ଟାଇଟଲ ଆଶା ଉଜ୍ଜୀବିତ ରଖିଛନ୍ତି। ପ୍ରଥମଥର ପାଇଁ ଏହି ଯୋଡି ଏକାଠି ହୋଇ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏବେ ଫାଇନାଲରେ ଏହି ଯୋଡି ଇଣ୍ଡୋନେସିଆର ସବର କରିୟାମାନ ଗୁଟାମା ଓ ମୋ ରେଜା ପହଲେଭି ଇସ୍‌ଫାନି କିମ୍ବା ଚତୁର୍ଥ ସିଡ୍‌ ଇଂଲଣ୍ଡ ଯୋଡି ବେନ ଲେନ୍‌ ଓ ସିନ ଭେଣ୍ଡିଙ୍କୁ ରବିବାର ଫାଇନାଲରେ ଭେଟିବେ। ୨୧ ବର୍ଷୀୟ କ୍ରିଷ୍ଣା ଭାରତର ଏକନମ୍ବର ଡବଲ୍ସ ଖେଳାଳି ରହିଛନ୍ତି। ଜୁନିୟରସ୍ତରରେ ସେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କ ସହ ଡବଲ୍ସ ଖେଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri