ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଓଡ଼ିଆ ଗବେଷକ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବିଶ୍ୱର ଶ୍ରେଷ୍ଠ ଗବେଷକ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୈଜ୍ଞାନିକ। ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତର ୭ଜଣ ବୈଜ୍ଞାନିକଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ବି.କେ. ମିଶ୍ର। ଡ. ମିଶ୍ର ବର୍ତ୍ତମାନ ଆଇଆଇଟି ଗୋଆର ନିର୍ଦ୍ଦେଶକ ଅଛନ୍ତି। ସେହିଭଳି ଆଇଆଇଟି ଗୋଆର ୩ଜଣ ବୈଜ୍ଞାନିକ ଥିବାବେଳେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନୋଗ୍ରାଫି(ଏନ୍‌ଆଇଓ)ର ୩ଜଣ ଓ ପରିବେଶବିତ୍‌ ମାଧବ ଗାଡଗିଲ୍‌ ରହିଛନ୍ତି।
୨୦୧୯ ପର୍ଯ୍ୟନ୍ତ ଯେଉଁ ବୈଜ୍ଞାନିକମାନେ ଗବେଷଣା କରିଛନ୍ତି, ସେମାନଙ୍କ ତଥ୍ୟ ସଂଗ୍ରହ କରି ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଏହି ତାଲିକା ପ୍ରକାଶ କରିଛି। ସବୁଠାରୁ ବଡ଼କଥା ହେଉଛି ଏକମାତ୍ର ଓଡ଼ିଆ ଭାବେ ଏଥିରେ ସ୍ଥାନ ପାଇଛନ୍ତି ବୈଜ୍ଞାନିକ ବି.କେ. ମିଶ୍ର। ଖଣି ଓ ଧାତୁ କ୍ଷେତ୍ରରେ ଗବେଷଣା ପାଇଁ ମିଶ୍ର ଏହି ଅନ୍ତର୍ଜାତୀୟ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ମେଟାଲିଜ୍‌ ଓ ପାଉଡର ଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମିଶ୍ର ଏହା ପୂର୍ବରୁ ଲୁହାପଥର ଖନନ ଦ୍ୱାରା ଗୋଆର ପରିବେଶ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଆକଳନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ୧୯୮୧ ସେ ଏନ୍‌ଆଇଟି ରାଉରକେଲାରେ ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ବିଏସ୍‌ସି ଶେଷ କରିବା ପରେ ଆମେରିକାରେ ଏମ୍‌ଏସ୍‌ସି ଓ ପିଏଚ୍‌ଡି ହାସଲ କରିଥିଲେ। ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।
ତେବେ ବିଶ୍ୱ ଶ୍ରେଷ୍ଠ ଗବେଷକ ତାଲିକାରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଭାରତୀୟଙ୍କୁ ଦେଖିବା ଗର୍ବର ବିଷୟ ବୋଲି ମିଶ୍ର ଏହି ଅବସରରେ କହିଛନ୍ତି। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଗୋଆ ଏନ୍‌ଆଇଓର ପୂର୍ବତନ ନିର୍ଦ୍ଦେଶକ ଏସ୍‌.ଡବ୍ଲ୍ୟୁ.ଏ ନକ୍‌ଭି ଏବଂ ଏସ. ଆର. ସେଟ୍ଟି ସ୍ଥାନ ପାଇଛନ୍ତି। ଏହି ଦୁଇ ବୈଜ୍ଞାନିକ ପାଣିପାଗ ବିଜ୍ଞାନ ଓ ବାୟୁମଣ୍ଡଳ ବିଜ୍ଞାନ ଉପରେ ଗବେଷଣା କରୁଥିଲେ। ସେହିଭଳି ଅନ୍ୟଜଣେ ବରିଷ୍ଠ ବୈଜ୍ଞାନିକ ସି.ରଘୁ କୁମାରଙ୍କୁ ସାମୁଦ୍ରିକ ଜୀବ ବିଜ୍ଞାନ ଓ ହାଇଡ୍ରୋବାୟୋଲୋଜି ବର୍ଗରେ ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri