ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାରେ ଓଡିଆ ପୁଅ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଅଭିନେତା ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଯୋଡିକୁ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ। ତେବେ ଫିଲ୍ମ ‘ପୁଷ୍ପା’ରେ ପୋଲିସ ଇନସ୍ପେକ୍ଟର ଗୋବିନ୍ଦାପା ଭୂମିକାରେ ଅଭିନୟ କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ବରଗଡ ସଦର ବ୍ଲକ ଅନ୍ତର୍ଗତ ସରଳା ଗ୍ରାମର ପୁଅ ଏମ ରାମକୃଷ୍ଣା। ପୂର୍ବରୁ ସେ ସୁପରହିଟ୍‌ ସିନେମା ବାହୁବଳି- ୨ ରେ ମଧ୍ୟ ନଜର ଆସିଥିଲେ। ଏବେ ପୁଷ୍ପା ସିନେମାରେ ଅଭିନୟ କରି ସେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଅଳ୍ପ ଦିନରେ ଏହି ଫିଲ୍ମଟି ସୁପରହିଟ୍‌ ହୋଇଛି। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏପରି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଏମ ରାମକୃଷ୍ଣାଙ୍କ ପରିବାରକୁ ବିଭିନ୍ନ ସ୍ତରରୁ ପ୍ରଶଂସା କରିଛନ୍ତି।

Share