ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଛାତ୍ରୀଛାତ୍ରଙ୍କୁ କଲେଜର ଶିକ୍ଷା ପରିବେଶ, ପାଠ୍ୟକ୍ରମ, ଶୃଙ୍ଖଳା, ସହପାଠ୍ୟ କାର୍ଯ୍ୟକଳାପ ଏବଂ ଛାତ୍ରଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଯାଇଥିଲା। ଉଚ୍ଚଶିକ୍ଷାର ଗୁରୁତ୍ୱ, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ, ନିୟମିତ ଅଧ୍ୟୟନ ଏବଂ ସର୍ବାଙ୍ଗୀନ ବ୍ୟକ୍ତିତ୍ୱ ବିକାଶ ଉପରେ ସେ ଆଲୋକପାତ କରିବା ସହ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ଲକ୍ଷ୍ୟ ସ୍ଥିର କରି ନିଷ୍ଠା ଓ ପରିଶ୍ରମର ସହ ଶିକ୍ଷା ଆହରଣ କରିବାକୁ ସେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। କଲେଜ ଅଧ୍ୟାପିକା ତଥା ଆଇକ୍ୟୁଏସି ସଂଯୋଜିକା ଡ. ଅନୀତା ପାଣି,ଅଧ୍ୟାପକ ସନ୍ତୋଷ ସାହୁ,ହିମାଂଶୁ ମିଶ୍ର,କୃଷ୍ଣଚନ୍ଦ୍ର ପ୍ରଧାନ,ଭବାନୀ ପାଣିଗ୍ରାହୀ,ଅନିଲ ସାହୁ,ଅଧ୍ୟାପିକା ଆରତୀ ପାତ୍ରଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପିକା ଅଧ୍ୟାପକ ସଭାରେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ କଲେଜର ଶୈକ୍ଷିକ ବାତାବରଣ, ବିଭିନ୍ନ ଏକାଡେମିକ କାର୍ଯ୍ୟକଳାପ, ସେମାନଙ୍କ କର୍ତ୍ତବ୍ୟ ଏବଂ ନିୟମିତ ଉପସ୍ଥାନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

 

 

Odisha’s No.1 Odia Daily