ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା

ସମ୍ବଲପୁର,୧୨ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ପଡ଼ିଆବାହାଲ ସାପ୍ତାହିକ ହାଟରେ ଏଣିକି ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ମିଳିବ। ଏଥିପାଇଁ ମଙ୍ଗଳବାର ଏକ ସ୍ବତନ୍ତ୍ର ବଜାରକୁ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଓଡ଼ିଶା ଜୀବିକା ମିଶନ ଓ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଜୈବିକ ଉତ୍ପାଦିତ ପନିପରିବା ବିକ୍ରୟ କରିବା ପାଇଁ ଏହି ହାଟ ଖୋଲାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ଜୀବିକା ମିଶନ ଡିପିଏମ୍‌ ଡ.ପୁଷ୍ପଶ୍ରୀ ନାୟକ ଯୋଗଦେଇ ଜୈବିକ ଉତ୍ପାଦିତ ଫସଲର ଉପକାରିତା ଓ ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ ସେ ସମ୍ପର୍କରେ ବୁଝାଇଥିଲେ।

ଏହି ଅବସରରେ ବାହାମ ପଞ୍ଚାୟତର ଜୟଦୁର୍ଗା ପାଠାଗାରରେ ଏକ ସଭା ଆୟୋଜିତ ହୋଇଥିଲା। ମାଷ୍ଟର ଟ୍ରେନର ଲୀନାରାଣୀ ସାହୁ ସଂଯୋଜନା କରିଥିଲେ। ସଭାରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ବିଭିନ୍ନ ଗ୍ରାମରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଫସଲ ପରିମାଣ ଓ କିସମର ତାଲିକା ପ୍ରଦାନ କରିଥିଲେ।

ଏଣିକି ପ୍ରତି ମଙ୍ଗଳବାର ସାପ୍ତାହିକ ହାଟରେ ଏହି ଜୈବିକ ଉତ୍ପାଦିତ ଫସଲ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟିର ସଂଯୋଜକ ସଞ୍ଜୀବ କୁମାର ସାହୁ, ଏମ୍‌ବିକେ ଦିପ୍ତି ରାଣୀ ପଣ୍ଡା ଓ ସାମାଜିକ କର୍ମୀ ଡା. ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗଦେଇ ଜୈବିକ ଉତ୍ପାଦିତ ପନିପରିବା ଓ ଫସଲର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରି ହାଟ ଚାଲୁରଖିବାକୁ ପରାମର୍ଶ ଦେଇଥିଲେ।

ବଜାରରେ ବାହାମ, ଡଙ୍ଗରପଡା, ଘେନୁପାଲି, ନୂଆଁବରଙ୍ଗାମାଲ, ମେଘପାଳ ସହିତ ଜମନକିରା ବ୍ଲକର ଖରସନମାନ, ମୁଣ୍ଢେନପାଲି, ବଡରମା ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜୈବିକ ପନିପରିବା ଯଥା ଆଳୁ, ପିଆଜ, ଶାଗ, ବାଇଗଣ, ଟମାଟୋ, ଭେଣ୍ଡି, କାକୁଡି, ଶିମ୍ବ, ଝୁଡ଼ଙ୍ଗ, ବୋଇତି କଖାରୁ ଇତ୍ୟାଦି ପନିପରିବା ବିକ୍ରି କରାଯାଇଥିଲା।

ଏହା ଦ୍ୱାରା ଅଞ୍ଚଳର ଚାଷୀମାନେ ବଜାର ସୁବିଧା ପାଇବା ସହ ଜୈବିକ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ବିଶେଷକରି ସ୍ଥାନୀୟ ପଞ୍ଚାୟତରେ ଜୈବିକ ଚାଷକୁ ଏହାଦ୍ୱାରା ପ୍ରୋତ୍ସାହନ ମିଳିପାରିବ। ମା’ ବୈଷ୍ଣବୀ ମହାସଂଘ ବାହାମ ଓ ଏସ୍‌ଏଚ୍‌ଜି ମହାସଂଘ ଡଙ୍ଗରପଡ଼ା ଦ୍ୱାରା ଏହି ବଜାର ଆରମ୍ଭ ହୋଇଛି। ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ ଅଧୀନରେ ଥିବା ଆଞ୍ଚଳିକ ମଞ୍ଚଗୁଡ଼ିକ ପାଳିକରି ଜୈବିକ ପନିପରିବା ବିକ୍ରି ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri