ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଜିଲା ପାଟଣା ବ୍ଲକସ୍ତରୀୟ ୨ୟ ବାର୍ଷିକ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଗୁରୁବାର ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଚଳିତ ବର୍ଷ ପ୍ରସଙ୍ଗ ଥିଲା ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା।
ଆୟୋଜିତ ସଭା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟ, ସହକାରୀ କୃଷି ଅଧିକାରୀ ଦେବାର୍ଚ୍ଚନ ଦ୍ୱିବେଦୀ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀ ରୋହିତ ନାଏକ, ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ।
ଶତାଧିକ ଚାଷୀ ସହ ୩ କୃଷି ଉତ୍ପାଦକ ଗୋଷ୍ଠୀର ସଦସ୍ୟ ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ସସ୍ମିତା ବେହେରା ଡବ୍ଲ୍ୟୁଇଓ ସିପ୍ରା ରାଣୀ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ।
ଏହାପରେ ମୁଖ୍ୟ ଅତିଥି ନାୟକ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ଆଦିବାସୀ ହରିଜନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ପରେ ଅତିଥିମାନେ ବୁଲି ଦେଖିଥିଲେ।