ଜିଲା ପ୍ରଶାସନକୁ ପୁଣି ଅଭିଯୋଗ ଶୁଣାଇ ପାରିବେ ସାଧାରଣ ଲୋକେ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୁଣି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଜିଲାରେ ପୂର୍ବରୁ ଚାଲିଥିବା ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏହି ଅଭିଯୋଗଗୁଡ଼ିକ ଚଳିତ ଏପ୍ରିଲ ମାସ ୧୮ ତାରିଖଠାରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଞ୍ଜାମ, ଛତ୍ରପୁର ଜଉଗଡ ସମ୍ମିଳନୀ କକ୍ଷରେ ସକାଳ୧୦ ଟାରୁ ୧୧ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗମାନଙ୍କ ଜନସମାଧାନ ଶୁଣାଣି ହେବ । ୧୧ଟାରୁ ସର୍ବସାଧାରଣ ମାନଙ୍କ ଶୁଣାଣି କାର୍ଯ୍ୟକ୍ରମ ହେବ । ଏଣୁ ଜନସାଧାରଣ ଉପରେ ଦର୍ଶିତ ଧାର୍ଯ୍ୟ ସମୟରେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଜିଲା ପ୍ରଶାସନକୁ ଜଣାଇ ପାରିବେ ।