ପ୍ରଶ୍ନପତ୍ର ଅଦଳବଦଳର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୫।୮(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିବା ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ମାଟ୍ରିକ ପରୀକ୍ଷାରେ ରେଗୁଲାର ଛାତ୍ରୀଛାତ୍ରଙ୍କୁ ୨୦୧୪ର ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାର ପିଲାଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିଲା। କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ହେଉଥିବା ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଥିଲା। ଏଭଳି ତ୍ରୁଟି ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପିଲାଙ୍କୁ ଅତିରିକ୍ତ ୧ଘଣ୍ଟା ସମୟ ଦିଆଯାଇଥିଲା। କିନ୍ତୁ ସେତେବେଳକୁ କେତେଜଣ ପିଲା ପ୍ରଥମ ପେପର ପରୀକ୍ଷା ଦେଇସାରିଥିଲେ। ଏଥିପାଇଁ ପିଲାଙ୍କୁ ହଲ୍‌ରେ ୩ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡ଼ିଥିଲା। ଏଭଳି ତ୍ରୁଟିର ଶିକାର ହୋଇଥିବା ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ସେମାନଙ୍କୁ ନ୍ୟାୟ ଦେବାକୁ ବୋର୍ଡ ସମ୍ପାଦକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଘଟଣା ସମ୍ପର୍କରେ ମନ୍ତ୍ରୀ ଜାଣିବା ପରେ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କ ପାଇଁ ଏଭଳି ଭୁଲ ହୋଇଛି ଆବଶ୍ୟକ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri