ଓରତ ଘାଟ ସେତୁ ଗୋବରୀ ନଦୀରେ ପଠା ସୃଷ୍ଟି

ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଉପର ମୁଣ୍ଡରୁ ଜଳ ସ୍ରୋତ ହ୍ରାସ ପାଇବା ଯୋଗୁ ଅନେକ ସ୍ଥାନରେ ବାଲି ପଙ୍କ ମାଟି ଜମିବା ଯୋଗୁ ପଠା ସୃଷ୍ଟି ହୋଇଛି। ଫଳରେ ଉପର ମୁଣ୍ଡରୁ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି। ଚାଷ ଜମିକୁ ଜଳସେଚନରେ ବାଧକ ସାଜିଛି। ସ୍ଥାନୀୟ ଲୋକମାନଙ୍କ କହିବା କଥା, ଓରତ ଘାଟ ନିକଟରେ ସେତୁ ନିର୍ମାଣ କରାଯିବା ସମୟରେ ଖମ୍ବ ଖନନ ବେଳେ ବଡ଼ ବଡ଼ କ୍ରେନ୍‌ରେ ମାଟି ଖନନ କରି ଏହାକୁ ନିକଟରେ ଢାଳୁଥିଲେ। ଫଳରେ ମାଟି,ବାଲି ପଙ୍କ ଜମି କୁଦ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପଠା ଦେଖିବାକୁ ମିଳିଥିଲା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଓରତ ଘାଟ ନିକଟ ସେତୁର ଉଭୟ ପାର୍ଶ୍ୱରେ। କେତେକ ପଠାରେ ବଣ ବୁଦାଳିଆ ଜଙ୍ଗଲ ହୋଇଛି। ଫଳରେ ଏହି ପଠାରେ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ବୁଦାମୂଳେ ବଉଳା କୁମ୍ଭୀରଙ୍କ ଆଡ୍ଡା ଜମିଥିବା ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଗୋବରୀ ନଦୀରୁ କିଛିବର୍ଷ ପୂର୍ବେ ସ୍ଥାନୀୟ ଧୀବରମାନେ ବଡ ମାଛ ଭେକ୍ଟା, ରୋହି, ଭାକୁର, ଖଙ୍ଗା, ଇଲିଶ, ଚିଙ୍ଗୁଡ଼ି ମାଛ ଓ କଙ୍କଡ଼ା ଆଦି ପ୍ରଚୁର ପରିମାଣରେ ଧରୁଥିଲେ। ଏବେ ନଦୀର ଜଳ ସ୍ରୋତ ହ୍ରାସ ପାଇବା ପରେ ନଦୀରୁ ମାଛ ସଂଖ୍ୟା ଆଶାନୁରୂପ ଭାବେ କମିଛି। ପୂର୍ବରୁ ଧୀବରମାନେ ଦୈନିକ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଛ ଧରୁଥିଲେ। ଏବେ ନିଜ ମଜୁରି ଉଠୁ ନ ଥିବା କେତେଜଣ ଧୀବର କହିଛନ୍ତି।
ଅପରପକ୍ଷରେ ଏହି ନଦୀପଠାରେ ବର୍ଷ ସାରା ବିଭିନ୍ନ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ। ଅପରପକ୍ଷରେ ଏହି ଓରତ ଘାଟ ଡଙ୍ଗା ପାର କରିବା ପାଇଁ ଦୀର୍ଘବର୍ଷ ଧରି କେଉଁ ରାଜରାଜୁଡ଼ା ଅମଳରୁ ଯାତ୍ରୀବାହୀ ଡଙ୍ଗା ଚଳପ୍ରଚଳ କରିଥିଲା। ଏହି ଅଞ୍ଚଳର କେତେଜଣ ଉଦ୍ୟମୀ ଯୁବକ ଓରତ ଘାଟ ସେତୁ ସଂଘର୍ଷ କମିଟି ଗଠନ କରିବା ପରେ ୧୯୯୦ରୁ ୯୫ ମସିହାରେ ଜନତା ଦଳ ସରକାରଙ୍କ ସମୟରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତତ୍‌କାଳୀନ ପୂର୍ତ୍ତ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ନିକଟରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପରବର୍ତ୍ତୀ ସମୟରେ ଏହି ଓରତ ଘାଟଠାରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହଯୋଗରେ ୨୦୦୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ବହୁଚର୍ଚ୍ଚିତ ଓରତ ଘାଟ ସେତୁ ଲୋକାର୍ପିତ ହୋଇଥିଲା। ଏହି ସେତୁ ନିର୍ମାଣ ହେବା ପରେ ବ୍ଲକର ୧୦ଟି ପଞ୍ଚାୟତର ଲୋକମାନଙ୍କ ସିଧାସଳଖ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟାତର ସୁବିଧା ହେଲା। ଏହି ସେତୁ ଦେଇ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ସିଧାସଳଖ ଗମନାଗମନ ହୋଇପାରୁଛି। ସ୍ଥାନୀୟ ଲୋକମାନେ କହିଛନ୍ତି, ସେତୁ ୨ ପାର୍ଶ୍ୱରେ ଥିବା ମାଟି ବାଲି ପଙ୍କ ଖନନ ବା ଡ୍ରେଜିଂ କରାଗଲେ, ନଦୀ ଜଳ ସ୍ରୋତ ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ। ଫଳରେ ଚାଷ ଜମିକୁ ଜଳସେଚନ ସୁବିଧାରେ ମିଳିବ ବୋଲି କେତେଜଣ ଚାଷୀ କହିଛନ୍ତି। ଏହି ନଦୀକୂଳିଆ ଲୋକମାନଙ୍କର ସ୍ନାନ କରିବାକୁ ବଉଳା କୁମ୍ଭୀର ଆକ୍ରମଣ ଭୟ ରହିଛି ବୋଲି କୁହାଯାଇଛି। ଏହି ନଦୀଘାଟ ନିକଟ ବାଲି ପଙ୍କ ମାଟି ପଠା ଡ୍ରେଜିଂ କରାଯିବା ସମ୍ପର୍କରେ କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉକ୍ତ ଘାଟ ନିକଟରେ ପଠା ହୋଇଥିବା ନେଇ ଖବର ନାହିଁ। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri