ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ ର଼୍ୟାଙ୍କ, ପସନ୍ଦର କ୍ୟାଡର କିମ୍ବା ଅଧିକ ରଣନୀତିକ ନିଯୁକ୍ତି ଲକ୍ଷ୍ୟରେ ପୁଣି ଥରେ ପରୀକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି। ସେହି ବିକଳ୍ପ ଏବେ ଇତିହାସ ହୋଇଯାଇଛି। ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ନିୟମଗୁଡ଼ିକୁ କଡ଼ାକଡ଼ି କରିଛି। ସଙ୍କେତ ଦେଇଛି ଯେ, ଯଦି ଆପଣଙ୍କୁ ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ ପଦବୀ ପ୍ରଦାନ କରାଯାଏ, ତେବେ ଦ୍ୱିତୀୟ ଥର ପାଇଁ କୌଣସି ଆଶା ରଖ ନାହିଁ। ପୁନଃ ପ୍ରଦର୍ଶନ ପାଇଁ ସୁଯୋଗ ନାହିଁ। ଯେଉଁ ଆଶାୟୀମାନେ ସେମାନଙ୍କର ପ୍ରଥମ ଚୟନକୁ ଲକ୍ଷ୍ୟସ୍ଥଳ ବଦଳରେ ପରୀକ୍ଷାର ଏକ ସୋପାନ ବୋଲି ମନେ କରୁଥିଲେ, ସେମାନଙ୍କ ପାଇଁ ଏହା ସ୍ପଷ୍ଟତଃ ଏକ ଅପ୍ରୀତିକର ଖବର। କିନ୍ତୁ ବ୍ୟବସ୍ଥାଗତ ଦୃଷ୍ଟିକୋଣରୁ, ବହୁପୂର୍ବରୁ ଏଭଳି ପରିବର୍ତ୍ତନକୁ ଅପେକ୍ଷା କରାଯାଇଥିଲା। ପୂର୍ବରୁ ମନୋନୀତ ପ୍ରାର୍ଥୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ଅନୁମତି ଦେବା ଯୋଗୁ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିଲା ଏବଂ ନୂତନ ପ୍ରାର୍ଥୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଥିଲା। ୟୁପିଏସ୍‌ସି ଏବେ ନୂତନ ଢାଞ୍ଚାରେ ଏକ କଠୋର ସୀମା ରଖିଛି। ଯଦି ଜଣେ ପ୍ରାର୍ଥୀ ପରବର୍ତ୍ତୀ ପରୀକ୍ଷାର ମେନ୍‌ ପରୀକ୍ଷା ପୂର୍ବରୁ ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ନିଯୁକ୍ତି ପାଆନ୍ତି, ତେବେ ସେମାନଙ୍କୁ ସେହି ପ୍ରୟାସରୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏପରିକି ନିଯୁକ୍ତି ମେନ୍‌ ପରୀକ୍ଷା ପରେ ଏବଂ ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ଆସେ, ତେବେ ପରବର୍ତ୍ତୀ ସଫଳତାକୁ ସେବା ଆବଣ୍ଟନ ପାଇଁ ଗଣନା କରାଯିବ ନାହିଁ। ଆଇପିଏସ୍‌ ଏବଂ ଅନ୍ୟାନ୍ୟ ଗ୍ରୁପ-ଏ ସେବାଗୁଡ଼ିକ ବ୍ୟବସ୍ଥା ଟିକିଏ କୋହଳ। ଗୋଟିଏ ଥର ପରୀକ୍ଷା ଦେବା କଟକଣାରୁ ଛାଡ଼ ଦିଆଗଲେ ମଧ୍ୟ ଏହା ସର୍ତ୍ତମୂଳକ। ଏଥିରୁ ବୁଝାପଡ଼ୁଛି ଯେ, ସିଭିଲ୍‌ ସର୍ଭିସ ଆଉ ଟ୍ରାଏଲ ଆଣ୍ଡ ଏରର ଗେମ୍‌ ନୁହେଁ। ଚୟନ ଶେଷ ବିନ୍ଦୁ ହେବା ଦରକାର।
ଡିଜିପି ଦ୍ୱନ୍ଦ୍ୱ
ସେପ୍ଟେମ୍ବର ୨୦୨୫ ଠାରୁ ୟୁପିଏସ୍‌ସି ଅନୁମୋଦିତ ପ୍ୟାନେଲ ଥିବା ସତ୍ତ୍ୱେ ତାମିଲନାଡୁ ନିୟମିତ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେବାକୁ ମନା କରିଛି। ସୂତ୍ରରୁ ଜଣାପଡ଼ିଛି , ରାଜ୍ୟ ସରକାର ଜାଣିଶୁଣି ଜି. ଭେଙ୍କଟରାମନଙ୍କୁ ‘କାର୍ଯ୍ୟକାରୀ’ ଡିଜିପି ଭାବରେ ରଖୁଛନ୍ତି । ମେ ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ନିୟମିତ ନିଯୁକ୍ତି ପରିବର୍ତ୍ତେ ସରକାରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଥିବା ଜଣେ ଦୁର୍ବଳ ପୋଲିସ ମୁଖ୍ୟଙ୍କୁ ରଖୁଛନ୍ତି, ଯାହା ସମ୍ପୂର୍ଣ୍ଣ ରାଜନୈତିକ। ଏପରି ପ୍ରକ୍ରିୟା ଅଗ୍ରହଣୀୟ ବୋଲି ସମ୍ପ୍ରତି ସୁପ୍ରିମକୋର୍ଟ ଭର୍ତ୍ସନ କରିବା ସହ କହିଛନ୍ତି ଯେ ଏହା ସମସ୍ୟାଜନକ । କିନ୍ତୁ କେବଳ ତାମିଲନାଡୁ କ୍ଷେତ୍ରରେ ନୁହେଁ, ବରଂ ସାମଗ୍ରିକ ଭାବେ ଏକ ବ୍ୟାପକ ଅବ୍ୟବସ୍ଥାକୁ ସୂଚିତ କରାଯାଇଛି, ଯେଉଁଠାରେ ରାଜ୍ୟଗୁଡ଼ିକ ନିୟମିତ ଭାବରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଉପରେ ପ୍ରଶାସନିକ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ପ୍ରକ୍ରିୟାକୁ ଅଣଦେଖା କରୁଛନ୍ତି। ଯେଉଁ ରାଜନୈତିକ ବର୍ଗ ନିୟମିତ ଭାବରେ ସାଂଗଠନିକ ଅଖଣ୍ଡତା ବିଷୟରେ ବକ୍ତୃତା ଦିଅନ୍ତି, ସେମାନେ ସେମାନଙ୍କର ନିର୍ବାଚନୀ ଗଣିତକୁ ଦେଖି ସେହି ସଂସ୍ଥାଗୁଡ଼ିକୁ ନଷ୍ଟ କରିଦିଅନ୍ତି। ୟୁପିଏସ୍‌ସି ପ୍ୟାନେଲରେ ଥିବା ତିନି ଅଧିକାରୀ ସୀମା ଅଗ୍ରୱାଲ, ରାଜୀବ କୁମାର ଏବଂ ସନ୍ଦୀପ ରାୟ ରାଠୋର ମୂଳତଃ ଅଟକି ରହିଛନ୍ତି। ଅଗଷ୍ଟ ୨୦୨୫ରେ ପୂର୍ବତନ ଡିଜିପି ଶଙ୍କର ଜିୱାଲଙ୍କ ଅବସରର ତିନି ମାସ ପୂର୍ବରୁ ରାଜ୍ୟ ୟୁପିଏସ୍‌ସି ପ୍ରକ୍ରିୟା ଆରମ୍ଭ କରିବା ଉଚିତ ଥିଲା। କିନ୍ତୁ ଏହା ନକରି ସରକାର ଜାଣିଶୁଣି ବିଳମ୍ବ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନୂତନ ନିର୍ଦ୍ଦେଶନାମା ଅବମାନନା ମାମଲା ପାଇଁ ୟୁପିଏସ୍‌ସିକୁ ସିଧାସଳଖ କୋର୍ଟକୁ ଯିବାକୁ କ୍ଷମତା ଦେଇଛି, ଯାହା ସ୍ବାଗତଯୋଗ୍ୟ। କିନ୍ତୁ ଏହା କ’ଣ କାମ କରିବ?
ନିର୍ବାଚନ କମିଶନଙ୍କ କଠୋର ମନୋଭାବ
ଭାରତର ନିର୍ବାଚନ କମିଶନ (ଇସିଆଇ) ପଶ୍ଚିମବଙ୍ଗ ସରକାର ତାଙ୍କର ପ୍ରମୁଖ ଅଧିକାରୀଙ୍କୁ ରାଜ୍ୟରେ ରଖିବା ପାଇଁ କରିଥିବା ଏକ ଆବେଦନକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନିର୍ବାଚନ କମିଶନ ଜୋର୍‌ ଦେଇଛନ୍ତି ଯେ, ରାଜ୍ୟ ଗୃହ ସଚିବ ଜଗଦୀଶ ପ୍ରସାଦ ମୀନାଙ୍କ ସମେତ ପଶ୍ଚିମବଙ୍ଗ କ୍ୟାଡରର ସମସ୍ତ ୨୫ ଜଣ ବରିଷ୍ଠ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ବାଧ୍ୟତାମୂଳକ ଭାବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବ୍ରିଫିଂ ପାଇଁ ନୂଆଦିଲ୍ଲୀରେ ରିପୋର୍ଟ କରିବାକୁ ପଡ଼ିବ। ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟ ବାହାରକୁ ତାଙ୍କର ଶୀର୍ଷ ଅଧିକାରୀଙ୍କୁ ପଠାଇଲେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପାରେ ଏବଂ ପ୍ରଶାସନିକ ନିରନ୍ତରତାକୁ କ୍ଷତି ପହଞ୍ଚତ୍ପାରେ। ରାଜ୍ୟ ସରକାର ନିର୍ବାଚନ କମିଶନଙ୍କ ତାଲିକାରୁ ୯ ଜଣ ଅଧିକାରୀଙ୍କୁ ବାଦ୍‌ ଦେବା ପାଇଁ ଦାବି କରି ବିକଳ୍ପ ନାମ ପ୍ରସ୍ତାବ ଦେଇଥିଲେ। କିନ୍ତୁ ନିର୍ବାଚନ ପ୍ୟାନେଲ ଏଥିରେ କୌଣସି ନାମ ରଖି ନ ଥିଲେ। ବରଂ ଦୁଇ ଦିନିଆ ବ୍ରିଫିଂରେ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଥିଲା। ଏହା କେବଳ ବିବାଦର କଥା ନୁହେଁ, ଏହା ନିର୍ବାଚନ ପରିଚାଳନାରେ କେନ୍ଦ୍ର-ରାଜ୍ୟ ପଦକ୍ଷେପର ଏକ ବିକଶିତ ରୂପକୁ ପ୍ରକାଶ କରେ। ପାରମ୍ପରିକ ଭାବରେ କିଏ କେଉଁଠିକୁ ଏବଂ କେତେବେଳେ ଯିବ ତାହା ରାଜ୍ୟଗୁଡ଼ିକ ସ୍ଥିର କରିପାରିବେ। ଜଣାପଡ଼ୁଛି ନିର୍ବାଚନ କମିଶନ ନିଜ ଘର ସଜାଡ଼ି ରଖିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ। ତେବେ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଥିବାରୁ ଏହାର ଗୃହ ସଚିବଙ୍କୁ ଏକ ନିରପେକ୍ଷ ପ୍ରହରୀ ଭାବରେ ରାଜ୍ୟ ବାହାରକୁ ପଠାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri