ଓପିଟିସିଏଲ୍‌ ଅଧ୍ୟକ୍ଷଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ

ଭୁବନେଶ୍ୱର,୩।୧୦: ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ନିକଟରେ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରାଯାଇଛି। ରବିବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଆୟୋଜିତ ଇଣ୍ଟରଭ୍ୟୁ ଟାଇମ୍‌ସ ପତ୍ରିକାର ୧୧ତମ ବାର୍ଷିକ ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ଓ ପ୍ରେରଣା ସୃଷ୍ଟି କରିଥିବା ୨୦ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିଲା।

ପ୍ରଶାସନିକ ସେବା କ୍ଷେତ୍ରରେ ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମିଶ୍ର ଭାରତୀୟ ରେଳ ଯାତାୟାତ ସେବା (ଆଇଆରଟିଏସ)ର ଅଧିକାରୀ। ଏହା ପୂର୍ବରୁ ସେ ପୂର୍ବତଟ ରେଳପଥ ବିଭାଗରେ କାଯର୍‌ୟରତ ଥିବା ବେଳେ ୨୦୨୧ ଅଗଷ୍ଟରେ ସଞ୍ଜୟ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗରେ ସ୍ବତନ୍ତ୍ର ସଚିବ ଭାବେ ଡେପୁଟେସନରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଅତିରିକ୍ତ ଭାବେ ମିଶ୍ରଙ୍କୁ ଓପିଟିସିଏଲରେ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ରାଜ୍ୟ ସରକାର ନ୍ୟସ୍ତ କରିଥିଲେ। କୋଭିଡ୍‌ ପ୍ରତିବନ୍ଧକ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଓପିଟିସିଏଲର ମଙ୍ଗ ଧରିଥିଲେ ଏବଂ ଓଡ଼ିଶାର ବିଦ୍ୟୁତ୍‌ ସରବରାହ ଭିତ୍ତିଭୂମିରେ ଯଥେଷ୍ଟ ବୃଦ୍ଧି ମିଶ୍ରଙ୍କ ନେତୃତ୍ୱରେ ହୋଇପାରିଥିଲା। ନିକଟରେ ରାଜ୍ୟ ସରକାର ମିଶ୍ରଙ୍କୁ ଓପିଟିସିଏଲର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

ଓଡ଼ିଶା ସରକାରଙ୍କ ୫ଟି ମନ୍ତ୍ରକୁ ସଫଳ ରୂପାୟନ କରିବା ପାଇଁ ଓପିଟିସିଏଲରେ ମଧ୍ୟ ବ୍ୟାପକ ଟେକ୍ନୋଲଜି ବ୍ୟବହାରକୁ ସେ ଗୁରୁତ୍ୱ ଦେଇଛନ୍ତି। ଇ-ଅଫିସ୍‌, ଗ୍ରୀଡ଼୍‌ ଅଟୋମେସନ୍‌ ଏବଂ ରିମୋଟ୍‌ ପରିଚାଳନା ଭଳି ବହୁ ଆଧୁନିକ ଜ୍ଞାନକୈାଶଳକୁ ପ୍ରଣୟନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ସମ୍ମାନ ପାଇଁ ଓପିଟିସିଏଲର ସମସ୍ତ ନିର୍ଦ୍ଦେଶକ,ଉଚ୍ଚପଦସ୍ଥ ଅଧିକାରୀ ଏବଂ ଏହାର କର୍ମକର୍ତ୍ତାମାନେ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମ୍ମାନିତ ହେବା ଅବସରରେ ମିଶ୍ର କହିଥିଲେ ଯେ, ଏହି ସମ୍ମାନ ମୋର ବ୍ୟକ୍ତିଗତ ସଫଳତା ନୁହେଁ ବରଂ ଓପିଟିସିଏଲର ସମସ୍ତ କର୍ମଚାରୀଙ୍କ ସାମୂହିକ ସଫଳତା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri