Categories: ଜାତୀୟ

ତଓ୍ବାଙ୍ଗ ସଂଘର୍ଷକୁ ନେଇ ଗୃହରେ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀ ମୋଦି ଡକାଇଲେ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଗତ ଡିସେମ୍ବର ୯ତାରିଖ ରାତିରେ ଭାରତ ଓ ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ସଂସଦର ୨ଗୃହରେ ହଟ୍ଟଗୋଳ ହୋଇଛି। କଂଗ୍ରେସ, ଆରଜେଡି, ଟିଏମ୍‌ସି, ଏଏପି ସମେତ ଅନ୍ୟ ବିରୋଧୀ ଦଳ ରାଜ୍ୟସଭା ଓ ଲୋକ ସଭାରେ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରିବାକୁ ଦାବି କରିଥିଲେ। ଏହାକୁ ନେଇ ବିରୋଧୀ ଦଳ ଏକ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି। ଏହାକୁ ନେଇ ଲୋକ ସଭା ୧୨ଟା ଯାଏ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟାହ୍ନ ୧୨ଟାରେ ରାଜ୍ୟସଭାରେ ନିଜର ବୟାନ ରଖିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ କ୍ୟାବିନେଟ ବୈଠକ ଡକାଇଛନ୍ତି।

Share