Posted inଜାତୀୟ

ଏକଜୁଟ ହେଲେ ବିରୋଧୀ

ନୂଆଦିଲ୍ଲୀ,୮ା୧୨: ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବୁଧବାର ପୂର୍ବାହ୍ନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆୟୋଜିତ ସମଭାବାପନ୍ନ ଦଳଗୁଡ଼ିକର ବୈଠକରେ ଭାଗ ନେଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି)। କଂଗ୍ରେସ ସଭାପତି ତଥା ଦଳର ରାଜ୍ୟ ସଭା ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେ ଏହି ବୈଠକ ଡାକିଥିଲେ। ଏଥିରେ ଏଏପି ଏବଂ ଟିଏମ୍‌ସି ସମେତ ବାମଦଳ, ଡିଏମ୍‌କେ, ଆର୍‌ଜେଡି, ଏନ୍‌ସିପି, ଏନ୍‌ସି ଏବଂ ଆରଏସ୍‌ପିର ନେତାମାନେ ଯୋଗଦେଇଥିଲେ। ବୈଠକ ପରେ ଖାର୍ଗେ ଟୁଇଟ୍‌ କରି କହିଛନ୍ତି, ସଂସଦ ହେଉଛି ଗଣତାନ୍ତ୍ରିକ ବିଚାରର ଗୃହ। ଆମ ଭଳି ସମାନ ଚିନ୍ତାଧାରା ଦଳଗୁଡ଼ିକ ପକ୍ଷରୁ ଲୋକଙ୍କ ସହ ଜଡ଼ିତ ସମସ୍ତ ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବୁ। ତେବେ ଆଲୋଚନାରେ ଅଂଶଗ୍ରହଣ ପାଇଁ ବିରୋଧୀଙ୍କୁ ଅଧିକ ସୁଯୋଗ ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତେଣୁ ସରକାର ତାଙ୍କ କଥା ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଆମେ ଆଶା କରୁଛୁ।

ଖାର୍ଗେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଯଦି ଆଇନ ତରବରିଆ ଭାବେ କରାଯାଏ, ତେବେ ତାହା ନ୍ୟାୟିକ ଯାଞ୍ଚ ପରିସରକୁ ଆସିବା ଉଚିତ। ତେଣୁ ଆମେ ଆଶା କରୁଛୁ ଯେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପଯୁକ୍ତ କମିଟି ନିକଟକୁ ପଠାଯିବା ଉଚିତ, ଯେଉଁଠି ଉକ୍ତ ବିଲ୍‌ଗୁଡ଼ିକ ଉପରେ ଉତ୍ତମ ତର୍ଜମା ହୋଇପାରିବ।
ସୂଚନାଥାଉ କି, ଦୀର୍ଘ ଦିନ ଧରି ଉଭୟ ଏଏପି ଏବଂ ଟିଏମ୍‌ସି କଂଗ୍ରେସଠାରୁ ଦୂରରେ ରହି ଆସୁଥିଲେ। ଗତ ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ନେତୃତ୍ୱାଧୀନ କାର୍ଯ୍ୟକଳାପକୁ ଉଭୟ ଦଳ ସମର୍ଥନ କରୁ ନ ଥିବା ଦେଖିବାକୁ ମିଳିଥିଲା। ଏଏପି ଏବଂ ଟିଏମ୍‌ସି ପକ୍ଷରୁ ପୃଥକ୍‌ ଭାବେ ସରକାର ବିରୋଧୀ ବିକ୍ଷୋଭ, ଆଲୋଚନା ଆଦି କରାଯାଇଥିଲା। ଏବେ ଉଭୟ ଦଳ ଖାର୍ଗେଙ୍କ ବୈଠକରେ ଯୋଗଦେଇଥିବାରୁ ଏହାର ଅନେକ ଦିଗ ଉପରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri