Posted inଜାତୀୟ

ଏକଜୁଟ ହେଲେ ବିରୋଧୀ

ନୂଆଦିଲ୍ଲୀ,୮ା୧୨: ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବୁଧବାର ପୂର୍ବାହ୍ନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆୟୋଜିତ ସମଭାବାପନ୍ନ ଦଳଗୁଡ଼ିକର ବୈଠକରେ ଭାଗ ନେଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି)। କଂଗ୍ରେସ ସଭାପତି ତଥା ଦଳର ରାଜ୍ୟ ସଭା ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେ ଏହି ବୈଠକ ଡାକିଥିଲେ। ଏଥିରେ ଏଏପି ଏବଂ ଟିଏମ୍‌ସି ସମେତ ବାମଦଳ, ଡିଏମ୍‌କେ, ଆର୍‌ଜେଡି, ଏନ୍‌ସିପି, ଏନ୍‌ସି ଏବଂ ଆରଏସ୍‌ପିର ନେତାମାନେ ଯୋଗଦେଇଥିଲେ। ବୈଠକ ପରେ ଖାର୍ଗେ ଟୁଇଟ୍‌ କରି କହିଛନ୍ତି, ସଂସଦ ହେଉଛି ଗଣତାନ୍ତ୍ରିକ ବିଚାରର ଗୃହ। ଆମ ଭଳି ସମାନ ଚିନ୍ତାଧାରା ଦଳଗୁଡ଼ିକ ପକ୍ଷରୁ ଲୋକଙ୍କ ସହ ଜଡ଼ିତ ସମସ୍ତ ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବୁ। ତେବେ ଆଲୋଚନାରେ ଅଂଶଗ୍ରହଣ ପାଇଁ ବିରୋଧୀଙ୍କୁ ଅଧିକ ସୁଯୋଗ ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତେଣୁ ସରକାର ତାଙ୍କ କଥା ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଆମେ ଆଶା କରୁଛୁ।

ଖାର୍ଗେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଯଦି ଆଇନ ତରବରିଆ ଭାବେ କରାଯାଏ, ତେବେ ତାହା ନ୍ୟାୟିକ ଯାଞ୍ଚ ପରିସରକୁ ଆସିବା ଉଚିତ। ତେଣୁ ଆମେ ଆଶା କରୁଛୁ ଯେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପଯୁକ୍ତ କମିଟି ନିକଟକୁ ପଠାଯିବା ଉଚିତ, ଯେଉଁଠି ଉକ୍ତ ବିଲ୍‌ଗୁଡ଼ିକ ଉପରେ ଉତ୍ତମ ତର୍ଜମା ହୋଇପାରିବ।
ସୂଚନାଥାଉ କି, ଦୀର୍ଘ ଦିନ ଧରି ଉଭୟ ଏଏପି ଏବଂ ଟିଏମ୍‌ସି କଂଗ୍ରେସଠାରୁ ଦୂରରେ ରହି ଆସୁଥିଲେ। ଗତ ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ନେତୃତ୍ୱାଧୀନ କାର୍ଯ୍ୟକଳାପକୁ ଉଭୟ ଦଳ ସମର୍ଥନ କରୁ ନ ଥିବା ଦେଖିବାକୁ ମିଳିଥିଲା। ଏଏପି ଏବଂ ଟିଏମ୍‌ସି ପକ୍ଷରୁ ପୃଥକ୍‌ ଭାବେ ସରକାର ବିରୋଧୀ ବିକ୍ଷୋଭ, ଆଲୋଚନା ଆଦି କରାଯାଇଥିଲା। ଏବେ ଉଭୟ ଦଳ ଖାର୍ଗେଙ୍କ ବୈଠକରେ ଯୋଗଦେଇଥିବାରୁ ଏହାର ଅନେକ ଦିଗ ଉପରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri