ବାହାର ନେତାଙ୍କୁ ବିରୋଧ, ବଦଳିପାରେ ସମୀକରଣ

ଖୋର୍ଦ୍ଧା,୨୪।୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଓଡ଼ିଶା ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ବେଗୁନିଆ ଓ ବୋଲଗଡ଼ ଦୁଇଟି ବ୍ଲକକୁ ନେଇ ଏହା ଗଠିତ। ଅତୀତରେ ଏହି ଆସନରୁ ନିର୍ବାଚନ ଲଢ଼ି ଜାନକୀ ବଲ୍ଲଭ ପଟ୍ଟନାୟକ ଥରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ହୋଇଥିବା ବେଳେ ପ୍ରଶାନ୍ତ ନନ୍ଦ ଶିକ୍ଷାମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତୃତ୍ୱ ଅପେକ୍ଷା ବାହାରର ନେତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଦେଖାଯାଉଛି। ସେଥିପାଇଁ ଏହି ଦୁଇ ବ୍ଲକର ସେଭଳି କୌଣସି ଆଖିଦୃଶିଆ ବିକାଶ ହୋଇ ପାରୁ ନ ଥିବା ସାଧାରଣରେ ଆଲୋଚନା ହୋଇଥାଏ। ଗତ ୬ଟି ନିର୍ବାଚନକୁ ଦେଖିଲେ ବିଜେଡି ୪ ଥର, ଭାଜପା ଏବଂ ଏନ୍‌ସିପିର ପ୍ରାର୍ଥୀ ଥରେ ଲେଖାଏ ଏଠାରୁ ବିଜୟୀ ହୋଇଛନ୍ତି।
ସ୍ଥାନୀୟ ପ୍ରାର୍ଥୀ ଲଢ଼ିବାର ସୁଯୋଗ ପାଉ ନ ଥିବାରୁ ଦୀର୍ଘ ଦିନ ହେବ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ କୁହୁଳୁଛି। ଗତ ଡିସେମ୍ବରରେ ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଲାଗି ଉଭୟ ବ୍ଲକର ସ୍ଥାନୀୟ ଲୋକେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଥିଲେ। ନିଜ ଅଞ୍ଚଳର ବିକାଶ ପାଇଁ ଏଣିକି ସ୍ଥାନୀୟ ସ୍ତରରେ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା ଲାଗି ଦଳମତ ନିର୍ବିଶେଷରେ ଅଲୋଚନା କରିଥିଲେ। ଯଦି ଏଥିରେ ବ୍ୟତିକ୍ରମ ଦେଖାଯାଏ, ତେବେ ସ୍ଥାନୀୟ ଅଧିବାସୀ ବରଦାସ୍ତ କରିବେ ନାହିଁ ବୋଲି ଉପସ୍ଥିତ ଲୋକମାନେ କୁହାକୁହି ହୋଇଥିଲେ।
ପର୍ଯ୍ୟବେକ୍ଷକଙ୍କ ମତରେ ବେଗୁନିଆ ନିର୍ବାଚନମଣ୍ଡଳୀ ଯେମିତି ଏକ ଥଇଥାନ କେନ୍ଦ୍ର ପାଲଟିଛି। ଉଦାହରଣ ସ୍ବରୂପ, ୨୦୧୯ରେ ବିଧାୟକ ହୋଇଥିବା ରାଜେନ୍ଦ୍ର ସାହୁ ଖୋର୍ଦ୍ଧାର ହୋଇଥିବା ବେଳେ ୨୦୧୪ରେ ବିଧାୟକ ରହିଥିବା ପ୍ରଶାନ୍ତ ଜଗଦ୍ଦେବ ଟାଙ୍ଗୀ ବ୍ଲକ ବଡ଼ ପୋଖରିଆ ଅଞ୍ଚଳର। ଅନୁରୂପ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ଖୋର୍ଦ୍ଧା ଜିଲା ରମେଶ୍ୱରର ହୋଇଥିବା ବେଳେ କଟକରେ ଜନ୍ମିତ ପ୍ରଶାନ୍ତ ନନ୍ଦଙ୍କର ବେଗୁନିଆ ସହିତ କୌଣସି ସମ୍ପର୍କ ନ ଥିବା ବେଳେ ସେ ଏଠାରୁ ୨ ଥର ବିଜୟୀ ହୋଇଥିଲେ।
ସ୍ଥିତି ଦେଖିଲେ ସାଧାରଣ ନିର୍ବାଚନ ଦୌଡ଼ରେ ଶାସକ ଦଳରୁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଏଠାରୁ ବିଜେଡିର ରାଜେନ୍ଦ୍ର ସାହୁ ବିଧାୟକ ଅଛନ୍ତି। ତେଣୁ ତାଙ୍କ ନାମ ନେଇ ଚର୍ଚ୍ଚା ହେଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମ ମଧ୍ୟ ଆଗଧାଡ଼ିରେ ରହିଛି। ୨୦୧୪ରେ ଏଠାରୁ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ବେଗୁନିଆରେ ଏବେ ବି ତାଙ୍କର ବିଶେଷ ପ୍ରଭାବ ରହିଛି। ଗତ କିଛିଦିନର ନୀରବତା ପରେ ପୁଣି ଥରେ ସେ ଗଡ଼ ସଜାଡିବାରେ ବ୍ୟସ୍ତ। ଏଠାରୁ ପୁଣି ଥରେ ସେ ଛିଡ଼ା ହେବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ ପ୍ରଦୀପ ସାହୁ ପଞ୍ଚାୟତ ନିର୍ବାଚନରେ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି। ସେ ଥରେ ଲେଖାଏ କଂଗ୍ରେସ ଏବଂ ଏନସିପିରୁ ନିର୍ବାଚନ ଲଢ଼ିଥିଲେ। ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା କୁହାଯାଉଛି।
ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରାଇବା ନେଇ ଜୋରସୋର ଆଲୋଚନା ହେଉଛି। ଏନେଇ ସେ ନିଜର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ କାର୍ଯ୍ୟରେ ଲାଗିପଡ଼ିିଛନ୍ତି। ସେପଟେ ଭାଜପାରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କୁ ୨୦୧୯ରୁ ଆଉ ଦେଖିବାକୁ ମିଳୁନାହିଁ। ତେଣୁ ବିଧାନସଭା ନିର୍ବାଚନରେ ଏଠାରୁ କିଏ ପ୍ରାର୍ଥୀ ହେବେ ସ୍ପଷ୍ଟ ହୋଇ ନ ଥିବା ବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ବେଗୁନିଆ ବୋଲଗଡ଼ରେ କର୍ମୀ ଓ ଜନସମ୍ପର୍କ ଯାତ୍ରା ମାଧ୍ୟମରେ ବଳ ଗୋଟାଇବାରେ ବ୍ୟସ୍ତ ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଆଗେଇ ପାରୁ ନ ଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିପ୍ରେକ୍ଷୀରେ ପ୍ରମୁଖ ତିନି ଦଳରୁ କିଏ ପ୍ରାର୍ଥୀ ହେବେ ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ବାହାରୁ କେହି ପ୍ରାର୍ଥୀ ହେଲେ ରାଜନୈତିକ ସମୀକରଣ ବଦଳିବା ଥୟ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri