ନିମାପଡ଼ା-କୋଣାର୍କ ରୁଟ୍‌ରେ ‘ମୋ ବସ୍‌’କୁ ବିରୋଧ

ନିମାପଡ଼ା,୨୦।୯(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଦୈନିକ ନିମାପଡ଼ା-କୋଣାର୍କ ରୁଟ୍‌ରେ ୮ଟି ମୋ ବସ୍‌ ଚଳାଚଳ କରୁଛି। ହେଲେ ଉକ୍ତ ରାସ୍ତାରେ ମୋ ବସ୍‌ଗୁଡ଼ିକର ରୋଡ୍‌ ପରମିଟ୍‌ ନ ଥାଇ ଓ ସମୟ ନ ମାନି ମନମୁଖି ଭାବେ ଯାତାୟାତ କରୁଥିବା ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ମନଇଚ୍ଛା ମୋ ବସ୍‌ଗୁଡ଼ିକ ନିମାପଡ଼ା-କୋଣାର୍କ ରୁଟ୍‌ରେ ଚଳାଚଳ କରୁଥିବାରୁ ନିମାପଡ଼ା ଅଞ୍ଚଳର ପ୍ରାୟ ୫୦ଟି ଘରୋଇ ବସ୍‌ର ମାଲିକମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବସ୍‌ଗୁଡ଼ିକର ସମୟ ସାରଣୀକୁ କେନ୍ଦ୍ରକରି ମୋ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଛି। କରୋନା ଯୋଗୁ ଗତ ୨ବର୍ଷ ହେଲା ଘରୋଇ ବସ୍‌ର ମାଲିକମାନେ ଦେବାଳିଆ ହୋଇପଡ଼ିଥିବାରୁ ବସ୍‌ର ଟିକସ ପୈଠ କରିବା ଓ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ହୋଇପଡ଼ିଛନ୍ତି। ଏ ଅଞ୍ଚଳର ଯାତ୍ରୀମାନଙ୍କର ଗମନାଗମନ ସୁବିଧା ଦୃଷ୍ଟିରୁ ସରକାର ମୋ ବସ୍‌ ସେବା ଯୋଗାଇ ଦେଇଥିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ରୋଡ୍‌ ପର୍‌ମିଟ ନ ଥିବା ଓ ନିର୍ଦ୍ଧାରିତ ସମୟ ସାରଣୀକୁ ନ ମାନି ମନଇଚ୍ଛା ମୋ ବସ୍‌ରେ ଯାତ୍ରୀ ପରିବହନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ନିମାପଡ଼ାର ଘରୋଇ ବସ୍‌ ମାଲିକ ସନ୍ତୋଷ କୁମାର ସେନାପତି, ସନ୍ଦୀପ କୁମାର ସ୍ବାଇଁ, ପ୍ରକାଶ ଚନ୍ଦ୍ର ମହାନ୍ତି, ବିଜୟ ମିଶ୍ର ପ୍ରମୁଖ କହିଛନ୍ତି। ବିନା ପର୍‌ମିଟରେ ଭୁବନେଶ୍ୱରରୁ ନିମାପଡ଼ା, କୋଣାର୍କ ରୁଟ୍‌ରେ ମୋ ବସ ଚଳାଚଳକୁ ତୁରନ୍ତ ବନ୍ଦ କରାଯିବାକୁ ଉପରୋକ୍ତ ଘରୋଇ ବସ୍‌ ମାଲିକମାନେ ରାଜ୍ୟ ପରିବହନ ମନ୍ତ୍ରୀ, ସଚିବଙ୍କ ନିକଟରେ ଦାବି କରିଛନ୍ତି। ମୋ ବସ୍‌ ଚଳାଚଳର ଏଭଳି ବେପରୁଆ କାର୍ଯ୍ୟ ସମ୍ପର୍କରେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ରାଜ୍ୟ ପରିବହନ କମିଶନର, ସଚିବ, ପୁରୀ ଜିଲାପାଳ, କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି।
ମୋ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ ମାଲିକଙ୍କ ବିବାଦ ସମ୍ପର୍କରେ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଓ ନିମାପଡ଼ା ଥାନାରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ ପ୍ରଶାସନିକ ହେୟ ମନୋଭାବ ଯୋଗୁ ବିବାଦର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପ୍ରଶାସନ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ଓ ବିନା ପରମିଟ୍‌ରେ ନିମାପଡ଼ା- କୋଣାର୍କ ରୁଟ୍‌ରେ ଆସୁଥିତ୍ବା ମୋ ବସ୍‌ଗୁଡ଼ିକୁ ବନ୍ଦ କରିବାକୁ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ସଭାପତି ବିଚିତ୍ରାନନ୍ଦ ଖଟୋଇ, ସମ୍ପାଦକ ସୁନୀଲ ପରିଜା, ଷ୍ଟାଣ୍ଡ ସମ୍ପାଦକ ସରୋଜ ସାହୁ, ଉପଦେଷ୍ଟା ଅଜୟ ମିଶ୍ର, ସନ୍ତୋଷ ସେନାପତି ପ୍ରମୁଖ ଦାବି କରିଛନ୍ତି। ଯଦି ଆସନ୍ତା ୩ ଦିନ ମଧ୍ୟରେ ପ୍ରଶାସନ ଓ ପରିବହନ ବିଭାଗ ଏ ଦିଗରେ ଦୃଷ୍ଟି ନ ଦିଅନ୍ତି, ତେବେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୪ତାରିଖରେ ନିମାପଡ଼ା ବସ୍‌ଷ୍ଟାଣ୍ଡ ସମ୍ମୁଖରେ ରାସ୍ତାରୋକୋ କରାଯିବ ବୋଲି ବସ୍‌ ମାଲିକ ସଂଘ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱରର ମୋ ବସ୍‌ ସେବାର ଅପରେଶନ ମ୍ୟାନେଜର ଭବାନୀଶଙ୍କର ମହାରଣା କହିଛନ୍ତି, ନିମାପଡ଼ା- କୋଣାର୍କ ରୋଡ୍‌ ପରମିଟ ମୋ ବସ୍‌ ପାଇଁ ରହିଛି। ଯେଉଁ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ସହ ମୋ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଥିତ୍ବା ବିବାଦ ସମ୍ପର୍କରେ କ୍ରୁଟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri