ସରକାରୀ ଅର୍ଥରେ ଦୁବାଇ ଗସ୍ତ ନିନ୍ଦନୀୟ: ବିରୋଧୀ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସୋମବାରଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏହି ବିମାନରେ ବିଜେଡିର ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ବିଧାୟକ ଦୁବାଇ ଗସ୍ତ କରିଛନ୍ତି। ବିଧାୟକଙ୍କ ଗସ୍ତକୁ ବିରୋଧୀ ଭାଜପା ଓ କଂଗ୍ରେସ ପକ୍ଷରୁ କଡା ସମାଲୋଚନା କରାଯାଇଛି। ଭାଜପା ବରିଷ୍ଠ ନେତା ତଥା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସରକାରୀ ପଇସାରେ ବିଜେଡି ବିଧାୟକମାନେ ଦୁବାଇ ଯିବା ନିନ୍ଦନୀୟ କଥା ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଜେଡି ନାଟକ କରୁଛି। ଲୋକଙ୍କୁ ଭୁଆଁ ବୁଲାଉଛି। ଯଦି ବିଜେଡି ବିଧାୟକମାନେ ସରକାରୀ ଟଙ୍କାରେ ଦୁବାଇ ଗସ୍ତ କରୁଛନ୍ତି ତାହା ନିଶ୍ଚିତ ଭାବେ ନିନ୍ଦନୀୟ। ଶାସକ ଦଳର ବିଧାୟକମାନଙ୍କୁ ବିଦେଶ ଗସ୍ତରେ ବୁଲିବା ପାଇଁ ଏଭଳି ସରକାରୀ ଟଙ୍କା ଅପବ୍ୟୟ କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ବିଧାୟକମାନେ ବିଦେଶ ଯିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛ। ଏହାକୁ ପାଳନ କରାଯାଇ ପାରିଥାନ୍ତା କିମ୍ବା ସେଭଳି ଯୋଜନା କରାଯାଇ ପାରିଥାନ୍ତା। ଶାସକ ଦଳ ବିଦେଶ ଗସ୍ତ ସହ ଅନେକ କାର୍ଯ୍ୟରେ ଏଭଳି ସରକାରୀ ଟଙ୍କାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳିଛି। ଯଦି ବିଧାୟକମାନେ ଦୁବାଇରେ ଉତ୍କଳ ଦିବସ ପାଳନ ସମାରୋହରେ ସାମିଲ ହେବାକୁ ଯାଉଛନ୍ତି ଏଥିପାଇଁ ସବୁ ଦଳର ବିଧାୟକମାନଙ୍କ ସହ ଯୋଗାଯୋଗ କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପାରିଥାନ୍ତା। କିନ୍ତୁ କେବଳ ବିଜେଡି ବିଧାୟକମାନଙ୍କୁ ଦୁବାଇ ପଠାଇବାକୁ ସେ ନାପସନ୍ଦ କରିଛନ୍ତି। ଉତ୍କଳ ଦିବସ ସବୁଆଡ଼େ ଏପ୍ରିଲ ୧ରେ ପାଳନ ହେଲା। କିନ୍ତୁ ଲୋକଙ୍କୁ ଭୂଆଁ ବୁଲାଇ ପ୍ରବାସୀ ଓଡ଼ିଆଙ୍କୁ ପ୍ରଭାବିତ କରିବାକୁ ଏଭଳି ନାଟକ ବାଜି କରୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମେତ ବିଭିନ୍ନ ସରକାରୀ ସଂସ୍ଥାରୁ ପାଣ୍ଠିକୁ ବିଜେଡି ନିଜର ରାଜନୀତିକ ଗତିବିଧି ପାଇଁ ସ୍ଥାନାନ୍ତର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଅନୁରୂପ ଭାବେ ଦୁବାଇ ଗସ୍ତରେ କେବଳ ବିଜେଡି ବିଧାୟକମାନେ ଯିବାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।ଅନ୍ୟ ପକ୍ଷରେ ବିଜେଡିର ଜଣେ ବିଧାୟକ କହିଛନ୍ତି ଯେ ବିଧାୟକମାନେ ଦଳ ପଇସାରେ ଦୁବାଇ ଯାଇଛନ୍ତି। ସରକାର ଅର୍ଥ ଖର୍ଚ୍ଚ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri