ପାକ୍‌ରେ ମାଲାଲାଙ୍କୁ ବିରୋଧ

ବ୍ରିଟେନରେ ରହୁଥିବା ନୋବେଲ ପୁରସ୍କାର ବିଜୟିନୀ ଶିକ୍ଷା ଅଧିକାର କର୍ମୀ ମାଲାଲା ୟୁସୁଫ୍‌ଜାଇଙ୍କ ବିରୋଧରେ ପାକିସ୍ତାନର ଘରୋଇ ସ୍କୁଲ ସଂଘ ଏକ ବୃତ୍ତଚିତ୍ର ଲଞ୍ଚ୍‌ କରିଛି। ଜୁଲାଇ ୧୨ରେ ‘ମାଲାଲା ଦିବସ’ ପାଳନ ଅବସରରେ ଘରୋଇ ସ୍କୁଲଗୁଡ଼ିକରେ ମାଲାଲା ବିରେଧୀ ଶିକ୍ଷା ଓ ଆଲୋଚନାଚକ୍ରର ଆୟୋଜନ କରାଯାଇଛି। ଅଲ୍‌ ପାକିସ୍ତାନ ପ୍ରାଇଭେଟ୍‌ ସ୍କୁଲ୍ସ ଫେଡେରେଶନ୍‌ ଅଧ୍ୟକ୍ଷ କାଶିଫ୍‌ ମିର୍ଜା କହିଛନ୍ତି, ‘ଆଇ ଆମ୍‌ ନଟ୍‌ ମାଲାଲା’ ଶୀର୍ଷକ ଡକ୍ୟୁମେଣ୍ଟାରି ଜରିଆରେ ୨ ଲକ୍ଷ ଘରୋଇ ସ୍କୁଲର ୨ କୋଟି ଛାତ୍ରୀଛାତ୍ରଙ୍କୁ ମାଲାଲାଙ୍କ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟ, ବିବାହ ଉପରେ ବିବାଦୀୟ ମନ୍ତବ୍ୟ ଓ ପାଶ୍ଚାତ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଛୁ। ୨୦୧୨ ଅକ୍ଟୋବର ୯ରେ ଖାଇବର ପାଖ୍‌ତୁନ୍‌ଖ୍ବା ପ୍ରଦେଶର ସ୍ବାତ୍‌ ଉପତ୍ୟକାରେ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀମାନେ ମାଲାଲାଙ୍କୁ ଗୁଳି କରିଥିଲେ।

Share