ଇସ୍ପାତ କାରଖାନା ପାଇଁ ଜମି କିସମ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୨୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଜମିକୁ ଇଡ୍‌କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ। ଏଥିପାଇଁ କିସମ ପରିବର୍ତ୍ତନ ଓ ଜବରଦଖଲ ଉଚ୍ଛେଦ ପାଇଁ ସର୍ବସାଧାରଣ ଇସ୍ତାହାର କରାଯାଇଛି। ନୋଟିସ୍‌ରେ ପଥରବଣି, ଜଳାଶୟ, ନାଳ କିସମ, ଗୋଦାଣ୍ଡ, ରାସ୍ତା, ପର୍ବତ, ଝାଟି ଜଙ୍ଗଲ, ନୟନଝରି ଓ ଦାଣ୍ଡ ରହିିଛି। ଫଳରେ ଗ୍ରାମବାସୀ ଏହାକୁ ବିରୋଧ କରି ଗୁରୁବାର ସଦର ତହସିଲାଦାରଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଛନ୍ତି।
ଅଭିଯୋଗ ମୁତାବକ, ଉକ୍ତ ଜମି ନ ଦେବାକୁ ଗ୍ରାମବାସୀ ପୂର୍ବରୁ ବିରୋଧ କରି ଆସୁଛନ୍ତି। ଗ୍ରାମର ଅନେକ ଲୋକଙ୍କ କମ ଜମି ଥିବାରୁ ଅଧିଗ୍ରହଣ ହେଲେ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସେହିପରି ଜଳାଶୟ ମାନଙ୍କରେ ଲୋକମାନେ ଶ୍ନାନ, ଶୌଚ କରିବା ସହ ଗୃହପାଳିତ ପଶୁ ପାଣି ପିଉଥିଲେ। କିସମ ପରିବର୍ତ୍ତନ ହେଲେ ଜଳ ସମସ୍ୟା ଦେଖାଦେବ ବୋଲି କହିଛନ୍ତି। ଉକ୍ତ ଅଞ୍ଚଳରେ ୪ଟି କାରଖାନା ରହିଥିବାରୁ ବହୁ ପରିମାଣର ବାୟୁ ଏବଂ ଜଳ ପ୍ରଦୂଷଣ ହେଉଛି। ଏଣୁ ଏଠାରେ ଆଉ କାରଖାନା ହେଲେ ପ୍ରଦୂଷଣ ମାତ୍ରା ବଢ଼ିବ ବୋଲି କହିଛନ୍ତି। ସେହିପରି ଉକ୍ତ ଅଞ୍ଚଳରେ ଥିବା ପାହାଡ଼ରେ ବୃକ୍ଷଲତା, ଜଡ଼ିବୁଟି ତଥା ବସବାସ କରୁଥିବା ବନ୍ୟପ୍ରାଣୀ କ୍ଷତିଗସ୍ତ ହେବା ସହ ବାସସ୍ଥଳୀ ହରାଇବେ। ଏଠାରେ କାରଖାନା ହେଲେ ଜଳାଶୟ ଓ ବନ୍ଧ କ୍ଷତିଗସ୍ତ ହେବା ସହ ଜଳସ୍ତର ହ୍ରାସ ପାଇବ। ଫଳରେ ଜଳ ସମସ୍ୟା ସାଙ୍ଗକୁ ଚାଷବାସରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି। ଜମି ଇଡ୍‌କୋ ଜରିଆରେ ଅଧିଗ୍ରହଣ ହେବାକୁ ଯାଉଥିବାରୁ ତହସିଲ ପକ୍ଷରୁ ଗ୍ରାମବାସୀଙ୍କ ମତାମତ ପାଇଁ ୩୧ ଡିସେମ୍ବରରେ ନୋଟିସ୍‌ କରିଥିଲେ। ତେବେ ନୋଟିସ୍‌ ଜାନୁୟାରୀ ୧୨ରେ ସେମାନଙ୍କୁ ପ୍ରୋସେସ ସର୍ଭର ଦ୍ୱାରା ପ୍ରଦାନ କରାଯାଇଛି। ୧୫ ରୁ ୩୦ ଦିନ ମଧ୍ୟରେ ମତାମତ ଦେବାକୁ କୁହାଯାଇଛି। ଏନେଇ ଅଧିକ ସମୟ ଦେବାକୁ ସେମାନେ ଦାବି କରିଛନ୍ତି। ଇଡ୍‌କୋ ଜମି ମାଗିଥିବାରୁ ଉକ୍ତ ଅଞ୍ଚଳରେ ଥିବା ସରକାରୀ ଜମି ଚିହ୍ନଟ କରାଯାଇଛି। ସେସବୁ ନେଇ ଲୋକଙ୍କ କୌଣସି ଅଭିଯୋଗ ଥିଲେ ଆହ୍ବାନ କରାଯାଇଛି। ଏଣୁ ଲୋକମାନେ ଅଭିଯୋଗ ଦାଖଲ କରିବାକୁ ଆସିଥିଲେ ବୋଲି ସଦର ତହସିଲଦାର ଆଶୀଷ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri