Categories: ଜାତୀୟ

ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଙ୍କ ମତଭେଦ, ନିର୍ବାଚନଠାରୁ ଦୂରେଇ ରହିବ ଟିଏମସି

ନୂଆଦିଲ୍ଲୀ,୨୨ ।୭: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଏକାଠି ରହିପାରିଲେ ନାହିଁ । ଏମାନଙ୍କ ମତଭେଦ ଯୋଗୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବହୁ ସଂଖ୍ୟା ବ୍ୟବଧାନରେ ବିଜୟ ହାସଲ କଲେ । ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ବି ବିରୋଧୀ ଦଳଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ ବାରି ହୋଇ ପଡିଲାଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରାଷ୍ଟ୍ରପତି ନିର୍ବାଚନଠାରୁ ଦୂରେଇ ରହିବ ବୋଲି ନିଷ୍ପତ୍ତି ନେଇଛି । ଟିଏମସି ଏନଡିଏ ଓ ବିରୋଧୀ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।
ଏହି ନିର୍ବାଚନଠାରୁ ଦୂରେଇ ରହିବ ବୋଲି ଟିଏମସି କହିବା ପରେ ସମସ୍ତେ ଚମକି ପଡିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି ରଖିବାକୁ ଚେଷ୍ଟା କରାଯାଇଥିଲା ହେଲେ ଏହା ସମ୍ଭବ ହେଲା ନାହିଁ ।

Share