Posted inଜାତୀୟ

କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସମ୍ଭବ: ଜୟରାମ ରମେଶଙ୍କ ୫ ଉତ୍ତର…

ନୂଆଦିଲ୍ଲୀ,୧୯।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଚଳିତ ଅଧିବେଶନରେ ଟିଏମସି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଠାରୁ ଅଲଗା ଠିଆ ହୋଇଥିବା ଜଣାପଡିଛି। କେବଳ ଏତିକି ନୁହେଁ, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି (ଏସପି) ମଧ୍ୟ ତୃତୀୟ ଫ୍ରଣ୍ଟ ପାଇଁ ଯୋଜନା କରୁଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ କଂଗ୍ରେସ ମହା ସଚିବ ଜୟରାମ ରମେଶ ଗଣମାଧ୍ୟମ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ୫ ଉତ୍ତର ଦେଇଛନ୍ତି:

ଜେପିସି ଗଠନ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ମତଭେଦ କାହିଁକି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏନେଇ କୌଣସି ମତ ପାର୍ଥକ୍ୟ ନାହିଁ। ଟିଏମସି ଆମ ସହିତ ନାହିଁ, ସେମାନଙ୍କର ନିଜସ୍ବ କାରଣ ରହିଛି। ଆମେ ସେ ବିଷୟରେ କିଛି କହିବୁ ନାହିଁ। ଇଡିକୁ ପଠାଯାଇଥିବା ଚିଠିରେ ଏନସିପି ଦସ୍ତଖତ କରିନାହିଁ। ଦଳ ଏହା ପୂର୍ବରୁ କହିଥିଲା ଯେ ସେମାନେ ଏହାକୁ ସମର୍ଥନ କରୁଛନ୍ତି, କିଛି ସମସ୍ୟା ଅଛି, ତେଣୁ ଏଥିରେ ଦସ୍ତଖତ କରିପାରିବେ ନାହିଁ। ୧୬ ଦଳ ଅଛନ୍ତି, ଯେଉଁମାନେ ମିଳିତ ଭାବେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ଦାବି କରୁଛନ୍ତି।

ପ୍ରଧାନମନ୍ତ୍ରୀ ଜେପିସି ଗଠନ କରିବାକୁ କାହିଁକି ଦ୍ୱିଧା ପ୍ରକାଶ କରୁଛନ୍ତି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯଦି ଲୁଚାଇବାକୁ କିଛି ନାହିଁ, ଉଦ୍ଦେଶ୍ୟ ସ୍ପଷ୍ଟ, ତେବେ ପ୍ରଧାନମନ୍ତ୍ରୀ ଜେପିସି ଗଠନ କରିବା ଉଚିତ। ସର୍ବଶେଷରେ, ଏହି ଜେପିସିରେ ଅଧ୍ୟକ୍ଷ ଭାଜପାରୁ ହିଁ ଆସିବେ। ତାଙ୍କ ଦଳର ସଦସ୍ୟଙ୍କ ସଂଖ୍ୟା ମଧ୍ୟ ଅଧିକ ହେବ, ତେଣୁ ଶାସକ ଦଳ ଏତେ ବିବ୍ରତ କାହିଁକି?

ସଂସଦ ଅଚଳ ହେବା ନେଈ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଦାୟୀ ବୋଲି ପ୍ରଶ୍ନର ଉତ୍ତରରେ ଜୟରାମ କହିଛନ୍ତି, ଭାଜପା ଅସୁବିଧାରେ ପଡିଛି, କାରଣ ଭରତ ଯୋଡୋ ଯାତ୍ରା କେବଳ କଂଗ୍ରେସ ଦଳର ନୁହେଁ ରାହୁଲଙ୍କ ଭାବମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ଆଣିଛି। ଏହି ଯାତ୍ରା ଆମ ତଥା ଆମ ସଂଗଠନ ପାଇଁ ଏକ ବୁଷ୍ଟର୍‌ ଡୋଜ ବୋଲି ପ୍ରମାଣିତ ହୋଇଛି। ଲୋକମାନେ ରାହୁଲଙ୍କୁ ଏକ ନୂତନ ଦୃଷ୍ଟିକୋଣ ଏବଂ ଶୈଳୀରେ ଦେଖୁଛନ୍ତି। ସେଥିପାଇଁ ରାହୁଲ ଏବଂ କଂଗ୍ରେସକୁ ବଦନାମ କରିବା ପାଇଁ ଏହି ପ୍ରୟାସ ପୁଣିଥରେ କରାଯାଉଛି। ଏହା ହେଉଛି ଭାଜପାର ଷଡ଼ଯନ୍ତ୍ର ରଣନୀତି।

ରାହୁଲ ଭାରତରେ ଆମେରିକା ଏବଂ ବ୍ରିଟେନ ହସ୍ତକ୍ଷେପ ସମ୍ପର୍କରେ କହିଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟର ଏକ ଭିଡିଓ ଅଛି, ଆପଣ ଏହାକୁ ଶୁଣିପାରିବେ। ସେ ଏହା କେବେ କହି ନାହାଁନ୍ତି, ହସ୍ତକ୍ଷେପ ଶବ୍ଦ ବ୍ୟବହାର କରିନାହାଁନ୍ତି। ସେ କେବଳ କହିଛନ୍ତି ଯେ ଆମ ଦେଶରେ ଗଣତନ୍ତ୍ର ଶକ୍ତିଶାଳୀ ହେବା ଉଚିତ, ଯଦି ଭାରତରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ ତେବେ ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ଲୋକଙ୍କ ଧ୍ୟାନକୁ ମୂଳ ପ୍ରସଙ୍ଗରୁ ହଟାଇବା ପାଇଁ ଏହା କେବଳ ଏକ ପ୍ରୟାସ। ରାହୁଲ ଏପରି କୌଣସି ବିବୃତ୍ତି ଦେଇ ନାହାନ୍ତି।

ଟିଏମସି, ସମାଜବାଦି ପାର୍ଟିଙ୍କ ମେଣ୍ଟ ବିରୋଧୀ ଏକତା ପ୍ରତି ବାଧା ନୁହେଁ କି ବୋଲି ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି, ଟିଏମସି, ସମାଜବାଦି ପାର୍ଟି କିମ୍ବା ଅନ୍ୟ ଦଳରମାନେ ସାକ୍ଷାତ ଜାରି ରଖିବେ, ଥାର୍ଡ ଫ୍ରଣ୍ଟ, ଚତୁର୍ଥ ଫ୍ରଣ୍ଟ ଗଠନ ଜାରି ରହିବ, କିନ୍ତୁ ବିରୋଧୀ ମେଣ୍ଟରେ କଂଗ୍ରେସ ରହିବା ଆବଶ୍ୟକ। ଯଦି କୌଣସି ବିରୋଧୀ ମେଣ୍ଟ ଗଠନ ହୁଏ, ତେବେ ଏଥିରେ କଂଗ୍ରେସ ମୁଖ୍ୟ ଭୂମିକା ଗ୍ରହଣ କରିବ। କଂଗ୍ରେସ ବିନା କୌଣସି ସାମ୍ମୁଖ୍ୟ ଅସମ୍ଭବ। କିନ୍ତୁ, ଏହା ବିଷୟରେ ଏବେ କୁହାଯାଇ ପାରିବ ନାହିଁ। ବର୍ତ୍ତମାନ କର୍ନାଟକର ନିର୍ବାଚନ ଅଛି, ଏହା ପରେ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ମିଜୋରାମର ନିର୍ବାଚନ ହେବ।

ଏହି ବର୍ଷ ଆମେ ରାଜ୍ୟ ବିଧାନସଭା ନିର୍ବାଚନରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବୁ, ପରେ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଦେଖିବା। ବର୍ତ୍ତମାନ ବିଭିନ୍ନ ଦଳର ସଭାଗୁଡ଼ିକ ଜାରି ରହିବ, ପୋଜିଶନିଂ’ ସହିତ ମୁଁ ତୃତୀୟ ଫ୍ରଣ୍ଟ କରିବି, ମୁଁ ଚତୁର୍ଥ ଫ୍ରଣ୍ଟ କରିବି, ମୁଁ ପଞ୍ଚମ ଫ୍ରଣ୍ଟ କରିବି, ଏସବୁ ଜାରି ରହିବ ।

ତୃତୀୟ ସାମ୍ମୁଖ୍ୟ ନେଇ କଂଗ୍ରେସର ପଦକ୍ଷେପ କ’ଣ ରହିବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କୌଣସି ବିରୋଧୀ ମିଳିତ ମେଣ୍ଟରେ ଏକ ଦୃଢ଼ କଂଗ୍ରେସ ରହିବା ଆବଶ୍ୟକ। କିନ୍ତୁ ଏହି ସମୟରେ କଂଗ୍ରେସର ପ୍ରାଥମିକତା ହେଉଛି କନ;ାଟକ ର୍ନିବାଚନ ଏବଂ ପରେ ଅନ୍ୟ ରାଜ୍ୟର ନିର୍ବାଚନ। ୨୦୨୪ ନିର୍ବାଚନ ପାଇଁି ରଣନୀତି ପ୍ରସ୍ତୁତ ହେବାକୁ ପଡ଼ିବ। ଦଳଗୁଡ଼ିକ ସହିତ ଆଲୋଚନା ଆମ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଆମର ବରିଷ୍ଠ ନେତାଙ୍କ ଦ୍ୱାରା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri