Posted inଜାତୀୟ

କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସମ୍ଭବ: ଜୟରାମ ରମେଶଙ୍କ ୫ ଉତ୍ତର…

ନୂଆଦିଲ୍ଲୀ,୧୯।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଚଳିତ ଅଧିବେଶନରେ ଟିଏମସି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଠାରୁ ଅଲଗା ଠିଆ ହୋଇଥିବା ଜଣାପଡିଛି। କେବଳ ଏତିକି ନୁହେଁ, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି (ଏସପି) ମଧ୍ୟ ତୃତୀୟ ଫ୍ରଣ୍ଟ ପାଇଁ ଯୋଜନା କରୁଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ କଂଗ୍ରେସ ମହା ସଚିବ ଜୟରାମ ରମେଶ ଗଣମାଧ୍ୟମ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ୫ ଉତ୍ତର ଦେଇଛନ୍ତି:

ଜେପିସି ଗଠନ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ମତଭେଦ କାହିଁକି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏନେଇ କୌଣସି ମତ ପାର୍ଥକ୍ୟ ନାହିଁ। ଟିଏମସି ଆମ ସହିତ ନାହିଁ, ସେମାନଙ୍କର ନିଜସ୍ବ କାରଣ ରହିଛି। ଆମେ ସେ ବିଷୟରେ କିଛି କହିବୁ ନାହିଁ। ଇଡିକୁ ପଠାଯାଇଥିବା ଚିଠିରେ ଏନସିପି ଦସ୍ତଖତ କରିନାହିଁ। ଦଳ ଏହା ପୂର୍ବରୁ କହିଥିଲା ଯେ ସେମାନେ ଏହାକୁ ସମର୍ଥନ କରୁଛନ୍ତି, କିଛି ସମସ୍ୟା ଅଛି, ତେଣୁ ଏଥିରେ ଦସ୍ତଖତ କରିପାରିବେ ନାହିଁ। ୧୬ ଦଳ ଅଛନ୍ତି, ଯେଉଁମାନେ ମିଳିତ ଭାବେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ଦାବି କରୁଛନ୍ତି।

ପ୍ରଧାନମନ୍ତ୍ରୀ ଜେପିସି ଗଠନ କରିବାକୁ କାହିଁକି ଦ୍ୱିଧା ପ୍ରକାଶ କରୁଛନ୍ତି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯଦି ଲୁଚାଇବାକୁ କିଛି ନାହିଁ, ଉଦ୍ଦେଶ୍ୟ ସ୍ପଷ୍ଟ, ତେବେ ପ୍ରଧାନମନ୍ତ୍ରୀ ଜେପିସି ଗଠନ କରିବା ଉଚିତ। ସର୍ବଶେଷରେ, ଏହି ଜେପିସିରେ ଅଧ୍ୟକ୍ଷ ଭାଜପାରୁ ହିଁ ଆସିବେ। ତାଙ୍କ ଦଳର ସଦସ୍ୟଙ୍କ ସଂଖ୍ୟା ମଧ୍ୟ ଅଧିକ ହେବ, ତେଣୁ ଶାସକ ଦଳ ଏତେ ବିବ୍ରତ କାହିଁକି?

ସଂସଦ ଅଚଳ ହେବା ନେଈ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଦାୟୀ ବୋଲି ପ୍ରଶ୍ନର ଉତ୍ତରରେ ଜୟରାମ କହିଛନ୍ତି, ଭାଜପା ଅସୁବିଧାରେ ପଡିଛି, କାରଣ ଭରତ ଯୋଡୋ ଯାତ୍ରା କେବଳ କଂଗ୍ରେସ ଦଳର ନୁହେଁ ରାହୁଲଙ୍କ ଭାବମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ଆଣିଛି। ଏହି ଯାତ୍ରା ଆମ ତଥା ଆମ ସଂଗଠନ ପାଇଁ ଏକ ବୁଷ୍ଟର୍‌ ଡୋଜ ବୋଲି ପ୍ରମାଣିତ ହୋଇଛି। ଲୋକମାନେ ରାହୁଲଙ୍କୁ ଏକ ନୂତନ ଦୃଷ୍ଟିକୋଣ ଏବଂ ଶୈଳୀରେ ଦେଖୁଛନ୍ତି। ସେଥିପାଇଁ ରାହୁଲ ଏବଂ କଂଗ୍ରେସକୁ ବଦନାମ କରିବା ପାଇଁ ଏହି ପ୍ରୟାସ ପୁଣିଥରେ କରାଯାଉଛି। ଏହା ହେଉଛି ଭାଜପାର ଷଡ଼ଯନ୍ତ୍ର ରଣନୀତି।

ରାହୁଲ ଭାରତରେ ଆମେରିକା ଏବଂ ବ୍ରିଟେନ ହସ୍ତକ୍ଷେପ ସମ୍ପର୍କରେ କହିଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟର ଏକ ଭିଡିଓ ଅଛି, ଆପଣ ଏହାକୁ ଶୁଣିପାରିବେ। ସେ ଏହା କେବେ କହି ନାହାଁନ୍ତି, ହସ୍ତକ୍ଷେପ ଶବ୍ଦ ବ୍ୟବହାର କରିନାହାଁନ୍ତି। ସେ କେବଳ କହିଛନ୍ତି ଯେ ଆମ ଦେଶରେ ଗଣତନ୍ତ୍ର ଶକ୍ତିଶାଳୀ ହେବା ଉଚିତ, ଯଦି ଭାରତରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ ତେବେ ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ଲୋକଙ୍କ ଧ୍ୟାନକୁ ମୂଳ ପ୍ରସଙ୍ଗରୁ ହଟାଇବା ପାଇଁ ଏହା କେବଳ ଏକ ପ୍ରୟାସ। ରାହୁଲ ଏପରି କୌଣସି ବିବୃତ୍ତି ଦେଇ ନାହାନ୍ତି।

ଟିଏମସି, ସମାଜବାଦି ପାର୍ଟିଙ୍କ ମେଣ୍ଟ ବିରୋଧୀ ଏକତା ପ୍ରତି ବାଧା ନୁହେଁ କି ବୋଲି ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି, ଟିଏମସି, ସମାଜବାଦି ପାର୍ଟି କିମ୍ବା ଅନ୍ୟ ଦଳରମାନେ ସାକ୍ଷାତ ଜାରି ରଖିବେ, ଥାର୍ଡ ଫ୍ରଣ୍ଟ, ଚତୁର୍ଥ ଫ୍ରଣ୍ଟ ଗଠନ ଜାରି ରହିବ, କିନ୍ତୁ ବିରୋଧୀ ମେଣ୍ଟରେ କଂଗ୍ରେସ ରହିବା ଆବଶ୍ୟକ। ଯଦି କୌଣସି ବିରୋଧୀ ମେଣ୍ଟ ଗଠନ ହୁଏ, ତେବେ ଏଥିରେ କଂଗ୍ରେସ ମୁଖ୍ୟ ଭୂମିକା ଗ୍ରହଣ କରିବ। କଂଗ୍ରେସ ବିନା କୌଣସି ସାମ୍ମୁଖ୍ୟ ଅସମ୍ଭବ। କିନ୍ତୁ, ଏହା ବିଷୟରେ ଏବେ କୁହାଯାଇ ପାରିବ ନାହିଁ। ବର୍ତ୍ତମାନ କର୍ନାଟକର ନିର୍ବାଚନ ଅଛି, ଏହା ପରେ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ମିଜୋରାମର ନିର୍ବାଚନ ହେବ।

ଏହି ବର୍ଷ ଆମେ ରାଜ୍ୟ ବିଧାନସଭା ନିର୍ବାଚନରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବୁ, ପରେ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଦେଖିବା। ବର୍ତ୍ତମାନ ବିଭିନ୍ନ ଦଳର ସଭାଗୁଡ଼ିକ ଜାରି ରହିବ, ପୋଜିଶନିଂ’ ସହିତ ମୁଁ ତୃତୀୟ ଫ୍ରଣ୍ଟ କରିବି, ମୁଁ ଚତୁର୍ଥ ଫ୍ରଣ୍ଟ କରିବି, ମୁଁ ପଞ୍ଚମ ଫ୍ରଣ୍ଟ କରିବି, ଏସବୁ ଜାରି ରହିବ ।

ତୃତୀୟ ସାମ୍ମୁଖ୍ୟ ନେଇ କଂଗ୍ରେସର ପଦକ୍ଷେପ କ’ଣ ରହିବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କୌଣସି ବିରୋଧୀ ମିଳିତ ମେଣ୍ଟରେ ଏକ ଦୃଢ଼ କଂଗ୍ରେସ ରହିବା ଆବଶ୍ୟକ। କିନ୍ତୁ ଏହି ସମୟରେ କଂଗ୍ରେସର ପ୍ରାଥମିକତା ହେଉଛି କନ;ାଟକ ର୍ନିବାଚନ ଏବଂ ପରେ ଅନ୍ୟ ରାଜ୍ୟର ନିର୍ବାଚନ। ୨୦୨୪ ନିର୍ବାଚନ ପାଇଁି ରଣନୀତି ପ୍ରସ୍ତୁତ ହେବାକୁ ପଡ଼ିବ। ଦଳଗୁଡ଼ିକ ସହିତ ଆଲୋଚନା ଆମ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଆମର ବରିଷ୍ଠ ନେତାଙ୍କ ଦ୍ୱାରା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରେ ସମାଧାନ ହେବ ଶିକ୍ଷକ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri