Posted inଜାତୀୟ

ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ଉପବାଚସ୍ପତି ପଦ ଉପରେ ନଜର ରଖିଛି। ଯଦି ଏହାକୁ ଉପବାଚସ୍ପତି ପଦ ନ ମିଳେ ତେବେ ବିରୋଧୀ ଦଳଗୁଡ଼ିକ ବାଚସ୍ପତି ନିର୍ବାଚନରେ ପ୍ରାର୍ଥୀ ଦେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟାଦଶ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଜୁନ୍‌ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ସପ୍ତଦଶ ଲୋକ ସଭାରେ ଭାଜପାର ଓମ୍‌ ବିର୍ଲା ବାଚସ୍ପତି ଥିବାବେଳେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା। ଏଥର ଇଣ୍ଡିଆ ବ୍ଲକ୍‌ ୨୩୩ ଆସନରେ ଜିତି ଏକ ସୁଦୃଢ଼ ବିରୋଧ ମେଣ୍ଟର ଭୂମିକା ନେବାକୁ ଯାଉଛି। ଭାଜପା ଅନ୍ୟ ସହଯୋଗୀ ଦଳମାନଙ୍କ ସହଯୋଗରେ ତୃତୀୟ ଥର ସରକାର ଗଢ଼ିବାକୁ ସମର୍ଥ ହୋଇଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀଡେପୁଟି ସ୍ପିକର ଏକ ନିରପେକ୍ଷ କାର୍ଯ୍ୟାଳୟ। ସେ ବାଚସ୍ପତିଙ୍କ ଅଧୀନ ନୁହନ୍ତି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ନିକଟରେ ଇଣ୍ଡିଆ ବ୍ଲକ୍‌ର ଯୋଜନା ସମ୍ପର୍କରେ ଶେୟାର କରିଥିଲେ। ଯଦି ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ବାଚସ୍ପତି ପଦ ନ ମିଳେ, ତେବେ ଏହି ପଦବୀ ପାଇଁ ଟିଡିପି ପ୍ରାର୍ଥୀଙ୍କୁ ଇଣ୍ଡିଆ ବ୍ଲକ୍‌ ପୂରା ସମର୍ଥନ ଯୋଗାଇଦେବ ବୋଲି ରାଉତ କହିଛନ୍ତି। ଚନ୍ଦ୍ରାବାବୁ ମଧ୍ୟ ବାଚସ୍ପତି ପଦ ପାଇଁ ପୂର୍ବରୁ ଦାବି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri