Categories: ଜାତୀୟ

କିଏ ପ୍ରଧାନମନ୍ତ୍ରୀ ହେବେ ତାହା ବିରୋଧୀ ଜାଣିବା ଜରୁରୀ: ଶତ୍ରୁଘ୍ନ ସିହ୍ନା…

ନୂଆଦିଲ୍ଲୀ,୨୩।୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ତଥାପି, ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ବର୍ତ୍ତମାନ ଟିଏମସି ଏମ୍‌ପି ଶତ୍ରୁଘ୍ନ ସିହ୍ନା ଏ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଦୀର୍ଘ ଦିନ ଧରି ା ଶୁଣୁଛୁ ଯେ ପରବର୍ତ୍ତୀ ନେତା କିଏ ହେବେ। ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ମଧ୍ୟ ଲୋକମାନେ ସମାନ ପ୍ରଶ୍ନ ପଚାରିଥିଲେ କିନ୍ତୁ ଏସବୁ ଭିତ୍ତିହୀନ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାହାକୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଟକାଯିବ ତାହା ସ୍ପଷ୍ଟ ହେବା ଉଚିତ। କିଏ ପ୍ରଧାନମନ୍ତ୍ରୀ ହେବେ ତାହା ବିରୋଧୀ ଜାଣିବା ଜରୁରୀ।

ସେ ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣେ ପରୀକ୍ଷିତ ନେତା ବୋଲି କହିଛନ୍ତି। ସିହ୍ନା କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ମମତା ବାନାର୍ଜୀ ଗେମ୍‌ ଚେଞ୍ଜର ବୋଲି ନିଜକୁ ପ୍ରମାଣିତ କରିବେ। ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଲାଗୁଛି ଯେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦତଙ୍କ ଭଲ ଦିନ ସମାପ୍ତ ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ଭାଜପା ଓ୍ବାନ ମ୍ୟାନ ଶୋ ଟୁ ମ୍ୟାନ ଆର୍ମି ପାଲଟିଛି।

ରାହୁଲ ଗାନ୍ଧୀଙ୍କୁ ମୁଁ ଜଣେ ଦକ୍ଷ ନେତା ଭାବରେ ବିବେଚନା କରେ କିନ୍ତୁ କିଏ ବିରୋଧୀ ଦଳର ନେତୃତ୍ୱ ନେବେ ସେନେଇ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନୀତୀଶ ନିଜେ ନିଜକୁ ଦୂରେଇ ରଖିଛନ୍ତି ବୋଲି କହିଛନ୍ତି।

Share