Categories: ଜାତୀୟ

କୃଷକ ଆନ୍ଦୋଳନ ସମର୍ଥନରେ ବିରୋଧିଙ୍କ ଜନ୍ତର ମନ୍ତରରେ ପ୍ରଦର୍ଶନ

ନୂଆଦିଲ୍ଲୀ,୬ ।୮: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରି ଶୁକ୍ରବାର ପାଖାପାଖି ୧୪ ବିରୋଧି ଦଳ ନେତା ଜନ୍ତରମନ୍ତର ପହଞ୍ଚିଛନ୍ତି । ଏଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀବି ସାମିଲ ଅଛନ୍ତି । ଜନ୍ତର ମନ୍ତରରେ ବିରୋଧୀ ଦଳ କୃଷକଙ୍କ ସମର୍ଥନରେ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କୃଷକଙ୍କୁ ସମର୍ଥନ କରିବାକୁ ଆମେ ଆଜି ଏଠାକୁ ଆସିଛୁ । ସରକାରଙ୍କୁ କଳା କୃଷି ଆଇନକୁ ରଦ୍ଦ କରିବାକୁ ପଡିବ ଯାହାପରେ ଆନ୍ଦୋଳନ ହଟିବ । ପେଗାସସ ମାମଲାକୁ ନେଇ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ପ୍ରତି ଭାରତୀୟଙ୍କ ଫୋନରେ ମୋଦି ପଶିଯାଇଛନ୍ତି । ଜନ୍ତର ମନ୍ତରରେ ଏକାଠି ହୋଇଥିବା ବିରୋଧିଦଳ ମଧ୍ୟରେ ରହିଛନ୍ତି କଂଗ୍ରେସ, ଏନ୍‌ସିପି, ଶିବସେନା, ସମାଜବାଦୀ ପାର୍ଟି, ଡିଏମ୍‌କେ, ଆର୍‌ଜେଡି ସମେତ ବାମ ଦଳ । ହେଲେ ଆମ ଆଦମୀ ପାର୍ଟି, ଟିଏମ୍‌ସି ଓ ବିଏସ୍‌ପି ଏଥିରୁ ଦୂରେଇ ରହିଛନ୍ତି ।

Share