କଲ୍ୟାଣ ମଣ୍ଡପ ନିର୍ମାଣକୁ ସାହି ବାସିନ୍ଦାଙ୍କ ବିରୋଧ

ଗଞ୍ଜାମ,୨୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୱାର୍ଡ ନ. ୬ ରାମାଲିଙ୍ଗେଶ୍ୱର ମନ୍ଦିର ପାର୍ଶ୍ୱରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ସାହି ବାସିନ୍ଦା ଜୋରଦାର ବିରୋଧ କରିଛନ୍ତି । ରାମାଲିଙ୍ଗେଶ୍ୱର ମନ୍ଦିର ଦଖଲରେ ଥିବା ସ୍ଥାନରେ ଏନ୍‌ଏସି୍‌ ପ୍ରଶାସନ ଜୋର ଜବରଦସ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସ୍ଥାନ ଚି଼ହ୍ନଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସାହିବାସୀ ଗଞ୍ଜାମ ତହସିଲଦାର ଓ ଏନ୍‌ଏସି ପ୍ରଶାସନ ଏବଂ ଥାନାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ହେବ ତାହେଲେ ମନ୍ଦିର ଉନ୍ନତିକରଣ ନିମନ୍ତେ ପ୍ରଶାସନ ସହାୟତା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି ।