Posted inଜାତୀୟ

କେନ୍ଦ୍ର ପ୍ରସ୍ତାବକୁ ବିରୋଧ ବଢୁଛି

ନୂଆଦିଲ୍ଲୀ,୨୪ା୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ତାହା ହେଲା ଉକ୍ତ ରୁଲ୍ସର ରୁଲ୍‌ ୬ରେ ଏକ ନୂଆ ନିୟମ ଯୋଡ଼ାଯିବ। ପ୍ରସ୍ତାବିତ ସଂଶୋଧନ ବଳରେ ରାଜ୍ୟ ସରକାରମାନଙ୍କ ସଂରକ୍ଷଣକୁ ଅଣଦେଖା କରି କେନ୍ଦ୍ର ଯେକୌଣସି ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଅବସ୍ଥାପିତ କରିପାରିବ। ଅମଲାତନ୍ତ୍ରୀମାନଙ୍କୁ ସେମାନଙ୍କ ବିନା ସମ୍ମତିରେ ଡେପୁଟେଶନରେ ନିଆଗଲେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ରର ଦୟାରେ ଚଳିବାକୁ ପଡ଼ିବ। ଫଳରେ ଅଫିସରମାନଙ୍କ କାର୍ଯ୍ୟଦକ୍ଷତା ଓ ରାଜ୍ୟ ପ୍ରତି ଥିବା ଉତ୍ତରଦାୟିତ୍ୱ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ କେରଳ କେନ୍ଦ୍ରର ଏହି ଯୋଜନାକୁ ବିରୋଧ କରିଛନ୍ତି।
କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ଜାନୁୟାରୀ ୧୨ରେ ସମସ୍ତ ରାଜ୍ୟକୁ ଚିଠି ଲେଖି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣିବା ନେଇ ନିଜ ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଛି। କେନ୍ଦ୍ରର ପ୍ରସ୍ତାବିତ ସଂଶୋଧନକୁ ୭ ଅଣଭାଜପା ରାଜ୍ୟ ବିରୋଧ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନର ଅଶୋକ ଗେହଲଟ୍‌, ଝାଡ଼ଖଣ୍ଡର ହେମନ୍ତ ସୋରେନ, ଛତିଶଗଡ଼ର ଭୂପେଶ ବଘେଲ, କେରଳର ପିନାରାୟୀ ବିଜୟନ୍‌ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଆଇଏଏସ୍‌ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ପାଇଁ ନିୟମରେ ପରିବର୍ତ୍ତନ ଅଣାଗଲେ ରାଜ୍ୟଗୁଡ଼ିକର ପ୍ରଶାସନ ପ୍ରଭାବିତ ହେବ ବୋଲି ୬ ମୁଖ୍ୟମନ୍ତ୍ରୀ ନିଜ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ମଧ୍ୟ ଏହା ବିରୋଧରେ କେନ୍ଦ୍ର ନିକଟରେ ନିଜ ପ୍ରତିବାଦ ଜଣାଇବାକୁ ଯାଉଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦୁଇଥର ପତ୍ର ଲେଖିସାରିଲେଣି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ଜାନୁୟାରୀ ୧୩ରେ ପଠାଇଥିବା ପତ୍ରରେ ସଂଶୋଧନକୁ ନେଇ ଆଗକୁ ନ ବଢ଼ିବା ପାଇଁ ମୋଦିଙ୍କୁ ଅନୁରୋଧ କରିଥିଲେ। ସେହିପରି ୨୦ ତାରିଖରେ ପଠାଇଥିବା ଚିଠିରେ ଉଲ୍ଲେଖ କରିଥିଲେ, ଆଇଏଏସ୍‌ କ୍ୟାଡର ରୁଲ୍ସକୁ ନେଇ କେନ୍ଦ୍ରର ଚିଠା ସଂଶୋଧନ ପୂର୍ବ ତୁଳନାରେ ଆହୁରି ନିଷ୍ଠୁର। ଏହା ଭାରତର ସଙ୍ଘୀୟ ନୀତିର ଭିତ୍ତିଭୂମି ଓ ସମ୍ବିଧାନର ମୌଳିକ ଢାଞ୍ଚାର ପରିପନ୍ଥୀ। ଏଥିରେ ସେ ଆହୁରି ଉଲ୍ଲେଖ କରିଥିଲେ
ଯେ, ସର୍ବଭାରତୀୟ ସେବା ହେଉଛି ରାଜ୍ୟ ପ୍ରଶାସନିକ କଳର ମେରୁଦଣ୍ଡ। କେନ୍ଦ୍ର ସରକାର ଆଇଏଏସ୍‌ (କ୍ୟାଡର) ରୁଲ୍ସରେ ପରିବର୍ତ୍ତନ କଲେ ଆଇଏଏସ୍‌ ଅଧିକାରୀମାନଙ୍କୁ ସେମାନଙ୍କ ବିନା ସମ୍ମତିରେ ନିଜ ପାଖକୁ ଡେପୁଟେଶନରେ ନେଇପାରିବେ। ଫଳରେ ଅମଲାତନ୍ତ୍ରୀମାନେ ସ୍ବାଧୀନତା ଓ ମନୋବଳ ହରାଇଦେବେ। ଏଥିସହ ରାଜ୍ୟ ସରକାରମାନେ କେନ୍ଦ୍ରର ଦୟାରେ ଆଇଏଏସ୍‌ ଅଧିକାରୀମାନଙ୍କୁ ନିଜ ପାଖରେ ରଖିପାରିବେ। ଫଳରେ ସେମାନଙ୍କ ପ୍ରଦର୍ଶନ, କାର୍ଯ୍ୟଦକ୍ଷତା ଓ ରାଜ୍ୟ ସରକାରଙ୍କ ପ୍ରତି ରହିଥିବା ଉତ୍ତରଦାୟିତ୍ୱ ବହୁଳ ଭାବେ ପ୍ରଭାବିତ ହେବ ବୋଲି ମମତା ଆଶଙ୍କା ବ୍ୟକ୍ତ କରିଥିଲେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୋଦିଙ୍କୁ ପଠାଇଥିବା ଚିଠିରେ ପ୍ରସ୍ତାବିତ ସଂଶୋଧନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସୋରେନଙ୍କ ମତରେ କେନ୍ଦ୍ର ସରକାର ସଙ୍ଘୀୟ ସହଯୋଗିତାକୁ ଅଣଦେଖା କରି ଏକତରଫା ନିଷ୍ପତ୍ତି ନେବା ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିଯୋଗୁ ଦେଶର ସଙ୍ଘୀୟ ବ୍ୟବସ୍ଥା ଦୁର୍ବଳ ହୋଇଯିବ। ତେଣୁ ପ୍ରଧାନମନ୍ତ୍ରୀ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ ବୋଲି ସୋରେନ ଦାବି କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ କେନ୍ଦ୍ରର ଉପରୋକ୍ତ ପ୍ରସ୍ତାବକୁ ବିରୋଧ କରି ମୋଦିଙ୍କୁ ଚିଠି ଲେଖିଛନ୍ତି। ଉଭୟଙ୍କ ମତରେ କେନ୍ଦ୍ର ଅତ୍ୟଧିକ ମାତ୍ରାରେ କ୍ଷମତାର କେନ୍ଦ୍ରୀକରଣ କରୁଛି, ଯାହାକି ସର୍ବଭାରତୀୟ ସେବା ଅଧିକାରୀମାନଙ୍କ ମନୋବଳ ଓ ସ୍ବାଧୀନତାକୁ ନଷ୍ଟ କରିଦେବ। ଇତିମଧ୍ୟରେ ରବିବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଧ୍ୟ କେନ୍ଦ୍ରର ଉପରୋକ୍ତ ନିଷ୍ପତ୍ତି ବିରୋଧରେ ମୋଦିଙ୍କ ନିକଟକୁ ପତ୍ର ଲେଖି ପ୍ରତିବାଦ ଜଣାଇଛନ୍ତି। ପ୍ରସ୍ତାବିତ ସଂଶୋଧନ ଆଇଏଏସ୍‌ ଅଧିକାରୀମାନଙ୍କ ମନରେ ଭୟ ସୃଷ୍ଟି କରିବ ବୋଲି ବିଜୟନ୍‌ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଷ୍ଟାଲିନ୍‌ଙ୍କ ମତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସଙ୍ଘୀୟ ସହଯୋଗିତା ପାଇଁ ଏହା ଅପୂରଣୀୟ କ୍ଷତି ଆଣିଦେବ। ତେଣୁ ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଉ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମଧ୍ୟ ଏହାର ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପତ୍ର ଲେଖିବାକୁ ଯାଉଛନ୍ତି। ଏଠାରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଦ୍ୱାରା ଅଧିକାରୀମାନଙ୍କ ଦୃଷ୍ଟିକୋଣ ଏବଂ ସର୍ବଭାରତୀୟ ସେବାର ମିଶନ ଅଗ୍ରସର ହେବ। ତେଣୁ ଏହାକୁ ବିରୋଧ କରିବା ଅନୁଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri