ଆମ୍ବହତା କେନାଲ ପାର୍ଶ୍ୱ ରାସ୍ତା ନିର୍ମାଣକୁ ବିରୋଧ

ଖଇରା, ୮।୫(ଡି.ଏନ.ଏ.): ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲ ନୟାଖଣ୍ଡି ପତଡାସାହି ନିକଟରେ ନିମ୍ନମାନର ମୋରମ ପ୍ୟାକିଂ ଓ କଂକ୍ରିଟ କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମର ୱାର୍ଡସଭ୍ୟ ନିରଞ୍ଜନ ବେହେରା, ଶ୍ରୀଧର ବାରିକ, ରମାକାନ୍ତ ବେହେରା, ଯଦୁନାଥ ତ୍ରିପାଠୀ, ଉପେନ୍ଦ୍ର କର, ରମେଶ ବେହେରା, ଜଗନ୍ନାଥ ବେହେରା, ହରେକୃଷ୍ଣ ବେହେରା, ମନୋରଞ୍ଜନ କର, ଅନାଦି ବେହେରା ପ୍ରମୁଖ ଲିଖିତ ଅଭିଯୋଗ କରିଛନ୍ତି ା
ମୁତାବକ ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ୧୬କି.ମି. ଠାରୁ ୧୮କି.ମି. ପର୍ଯ୍ୟନ୍ତ ରାସ୍ତା କାମ ଚାଲୁଛି ା କେନାଲର ୨ପାର୍ଶ୍ୱର କଂକ୍ରିଟ ଢଳେଇ କାମ କରାଯିବା ସହ ସାଧାରଣଙ୍କ ବ୍ୟବହାର ପାଇଁ ପାହାଚ ନିର୍ମାଣ କରାଯାଇଛି ା ହେଲେ ମୋରମ ପ୍ୟାକିଂ ଓ କଂକ୍ରିଟ ଢଳେଇ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଗ୍ରାମବାସୀ କହିଛନ୍ତି ା କାମ ଶେଷ ହେବାର ଅଳ୍ପଦିନ ମଧ୍ୟରେ ଢଳେଇ ଭାଙ୍ଗି ଖସି ପଡୁଥିବା ନେଇ ଉକ୍ତ ଗ୍ରାମବାସୀ କହିବା ସହ ଏହି କାର୍ଯ୍ୟକୁ ଦେଖାଇଛନ୍ତି ା ଉକ୍ତ କାର୍ଯ୍ୟ ଆନନ୍ଦପୁର ଡିଭିଜନ ଅଧୀନରେ ଆସୁଥିବା ବେଳେ ଯନ୍ତ୍ରୀ କିମ୍ବା ଅଧିକାରୀ ଉପସ୍ଥିତ ନ ରହିବା ଏଭଳି ଅନିୟମିତତା ପାଇଁ ଦାୟୀ ବୋଲି ସେମାନେ କହିଛନ୍ତି ା ଏ ସମ୍ପର୍କରେ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କୁ ଯୋଗାଯୋଗ କରିବାରେ ଗ୍ରାମବାସୀଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ବିଶ୍ୱବିଦ୍ୟାଳୟ ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

ବାଲେଶ୍ୱର, ୩।୨( ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ ।…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri