Categories: ଜାତୀୟ

ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ…

ନୂଆଦିଲ୍ଲୀ,୨୭।୯: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଭାରତ ବନ୍ଦ ନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି । ଚାଷୀ ସଂଗଠନଙ୍କ ଭାରତ ବନ୍ଦକୁ ସମର୍ଥନ କରି ବିରୋଧୀ ଏହା ପ୍ରମାଣିତ କରିଛନ୍ତି। ବିରୋଧୀ ଦଳ ଚାଷୀଙ୍କୁ ଉସୁକାଇ ଏଭଳି କରୁଥିବା ନକଭି ଅଭିଯୋଗ କରିଛନ୍ତି।

ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ବିରୋଧୀ ନିଜ ଫାଇଦା ପାଇଁ ଏଭଳି ସ୍ଥିତି ସୃଷ୍ଟି କରୁଥିବା ସେ କହିଛନ୍ତି। ତେବେ ବିରୋଧୀ ନିଜ ଉଦ୍ୟମରେ ସଫଳ ହୋଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

Share