Posted inଜାତୀୟ

କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ: ଜୟରାମ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ। କଂଗ୍ରେସକୁ ଛାଡ଼ି ଯେକୌଣସି ମେଣ୍ଟ ବିଫଳ ହେବ। ୨୦୨୪ ସାଧାରଣ ନିର୍ବାଚନ ସମେତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ମେଣ୍ଟ ଗଠନ ନେଇ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କଂଗ୍ରେସର ୩ ଦିିନିଆ ମହାସମ୍ମିଳନୀରେ ଆଲୋଚନା କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଉଭୟ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ଏବଂ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ବିଚାର ବିମର୍ଶ କରାଯିବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି।

ଛତିଶଗଡ଼ର ରାୟପୁରରେ ୨୪ ତାରିଖରୁ କଂଗ୍ରେସର ୮୫ତମ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ପାଖାପାଖି ୧୫,୦୦୦ ପ୍ରତିନିଧି ଯୋଗଦେବେ। ସମ୍ମିଳନୀରେ ‘ହାଥ୍‌ ସେ ହାଥ୍‌ ଯୋଡ଼ୋ’ ଲାଗି ଆହ୍ବାନ ଦିଆଯିବ ବୋଲି ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ଏକ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ଦଳର ଶୀର୍ଷ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ପାଇଁ ଭୋଟ ହେବ କି ନାହିଁ ସେ ନେଇ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ଗ୍ରହଣ କରାଯିବ। ସିଡବ୍ଲ୍ୟୁସି କାର୍ଯ୍ୟକର୍ତ୍ତା ନିର୍ବାଚନ ଲାଗି ସଂଗଠନର ଗୋଟିଏ ଗୋଷ୍ଠୀ ଦାବି କରିଆସୁଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ହେଲେ ବିରୋଧୀ ଦଳଗୁଡ଼ିକୁ ଏକାଠି କରି ମେଣ୍ଟ ଗଠନ କରିବାକୁ ପଡ଼ିବ ଏକଥା କଂଗ୍ରେସ ଜାଣେ। ଏଥିପାଇଁ ଦଳ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ବିଭିନ୍ନ ଦଳର ନେତାମାନଙ୍କ ସହ ସମ୍ପର୍କ ରକ୍ଷା କରାଯାଇଛି। ୨୦୨୪ ନିର୍ବାଚନରେ ଭାଜପା ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବୁ ବୋଲି ବେଣୁଗୋପାଳ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏନେଇ ଦଳର ମହାସମ୍ମିଳନୀରେ ନିଷ୍ପତ୍ତି ନିଆଯିବ। ୨୦୨୪ରେ ଭାଜପାକୁ ପରାସ୍ତ କରିବା ମୁଖ୍ୟ କାମ ବୋଲି ବେଣୁଗୋପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri