ମଧ୍ୟବିତ୍ତଙ୍କୁ ସୁଯୋଗ, ବଢ଼ିଲା ମେଧାବୃତ୍ତି ରାଶି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ୨୦୨୩-୨୪ ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏଥିରେ ମଧ୍ୟବିତ୍ତ ବର୍ଗର ପିଲାଙ୍କୁ ମେଧାବୃତ୍ତି ପାଇବାର ସୁଯୋଗ ମିଳିବ। ଏହାର କାର୍ଯ୍ୟକାରିତା ନେଇ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟ ସରକାରଙ୍କ ପୂର୍ବ ପ୍ରଚଳିତ ମେଧାବୃତ୍ତି ଯୋଜନାର ରୂପରେଖ ବଦଳିବା ସହ ଆକାର ବୃଦ୍ଧି ହୋଇଛି। ମେଧାବୃତ୍ତି ପାଇବାକୁ ଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓ ବୃତ୍ତି ରାଶିକୁ ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରୀଛାତ୍ରଙ୍କ ପରିବାରର ବାର୍ଷକ ଆୟ ୮ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ସେହି ଛାତ୍ରୀଛାତ୍ର ଏହି ମେଧାବୃତ୍ତି ପାଇଁ ଆବେଦନ କରିପାରିବେ। ଏହି ବାର୍ଷିକ ଆୟ ସୀମା ପୂର୍ବରୁ ୬ଲକ୍ଷ ଟଙ୍କା ଥିଲା। ସେହିଭଳି ପୂର୍ବରୁ ୧୪,୫୦୦ ଛାତ୍ରୀଛାତ୍ରଙ୍କୁ ଇ-ମେଧାବୃତ୍ତି ଅଧୀନରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବାବେଳେ ଚଳିତବର୍ଷଠାରୁ ୨୫ହଜାର ବିଦ୍ୟାର୍ଥୀ ଏହି ସୁବିଧା ପାଇପାରିବେ। ପୂର୍ବରୁ ୫ ହଜାର ୟୁଜି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମେଧାବୃତ୍ତି ଦିଆଯାଉଥିଲା, ଏବେ ୧୦ ହଜାର ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏ ମିଳିବ। ପିଜିରେ ୩୫୦୦ ବଦଳରେ ୫ ହଜାର ଛାତ୍ରୀଛାତ୍ର ବାର୍ଷିକ ୧୫ ହଜାର ଟଙ୍କା ଲେଖାଏ ମେଧାବୃତ୍ତି ପାଇବେ। ପୂର୍ବରୁ ଏହି ରାଶି ୧୦ ହଜାର ଟଙ୍କା ଥିଲା। ବୈଷୟିକ ଛାତ୍ରୀଛାତ୍ରଙ୍କ ତାଲିକା ମଧ୍ୟ ବଢ଼ିବ। ପୂର୍ବରୁ ୩୫୦୦ ୟୁଜି ସ୍ତରୀୟ ଓ ୨୫୦୦ ପିଜି ସ୍ତରୀୟ ବୈଷୟିକ ଛାତ୍ରୀଛାତ୍ର ପାଠ୍ୟକ୍ରମର ଅବଧି ଅନୁସାରେ ୧୦ ହଜାର ଟଙ୍କା ଲେଖାଏ ପାଉଥିଲେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୧୦ ହଜାର ବୈଷୟିକ ଛାତ୍ରୀଛାତ୍ର ବାର୍ଷିକ ୨୦ ହଜାର ଟଙ୍କା ଲେଖାଏ ବୃତ୍ତି ପାଇବେ। ଆବେଦନକାରୀ ରାଜ୍ୟ ବାହାରେ ପଢ଼ୁଥିଲେ ମଧ୍ୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପୂର୍ବ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ଏହି ମେଧାବୃତ୍ତି ଆବେଦନ ପାଇଁ ଯୋଗ୍ୟ ହେବେ। ଏହି ମେଧାବୃତ୍ତି ପାଇଁ ଛାତ୍ରୀଛାତ୍ର https://scholarship.odisha.gov.inରେ ଲଗ୍‌ଇନ୍‌ କରି ଆବେଦନ କରିପାରିବେ। ଏ ବାବଦକୁ ରାଜ୍ୟ ସରକାର ବାର୍ଷିକ ୪୦ କୋଟି ଟଙ୍କାର ବ୍ୟୟଭାର ବହନ କରିବେ। ୟୁଜି ମେଧା ବାବଦକୁ ୧୦ କୋଟି, ପିଜି ମେଧା ବାବଦକୁ ସାଢ଼େ ୭ କୋଟି, ଫକୀରମୋହନ ଭାଷା ମେଧାବୃତ୍ତି ବାବଦକୁ ଦେଢ଼ କୋଟି, ବୈଷୟିକ ଶିକ୍ଷା ବିଭାଗ ପାଇଁ ୨୦କୋଟି ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ୧କୋଟି ଟଙ୍କାର ବୃତ୍ତି ରାଶି ଖର୍ଚ୍ଚ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ହସ୍ପିଟାଲରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri