ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ

ଭୁବନେଶ୍ୱର, ୨୩।୮(ସୁନିତ୍‌ ମିଶ୍ର):ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହଲ୍ଲାକରି ଗୃହତ୍ୟାଗ କରିଥିଲେ। ହେଲେ ଶାସକ ଦଳ ସଦସ୍ୟମାନେ ବିନା ବିରୋଧୀରେ ଖର୍ଚ୍ଚଦାବି ଆଲୋଚନା କରିବା ସହ ମନ୍ତ୍ରୀ ତାଙ୍କ ଉତ୍ତର ରଖିଥିଲେ। ଏହି ଅବସରରେ ଶାସକ ଦଳ ସଦସ୍ୟମାନେ ୨୪ ବର୍ଷରେ ହୋଇଥିବା ବିଭିନ୍ନ ଦୁର୍ନୀତି କଥା ଉଠାଇ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଥମେ ଶାସକ ଦଳ ସଦସ୍ୟ ଇରାଶିଷ ଆଚାର୍ଯ୍ୟ ଏବଂ ବାବୁ ସିଂ ଶାସକ ଦଳ ସଦସ୍ୟଙ୍କ ଉପରେ ବର୍ଷିଥିଲେ। ଗତ ୨୪ ବର୍ଷର ସରକାର ସମୟରେ ବିଜେଡି ନେତାମାନେ ବହୁ ଶିଳ୍ପପତିଙ୍କୁ ଜମି ଦେବା ଲାଗି ବ୍ୟାପକ ଦୁର୍ନୀତି କରିଥିବା ସେମାନେ କହିଥିଲେ। ଏହାପରେ ବିଧାୟକ ଅମର ନାୟକ ମଧ୍ୟ ବିଜେଡି ବିରୋଧରେ ପ୍ରବଳ ବର୍ଷିଥିଲେ। ବିଧାୟକ ଆଶ୍ରିତ ପଟ୍ଟନାୟକ କହିଥିଲେ, ବିରୋଧୀ ବହୁ ହୋହଲ୍ଲାକରି ଲବିରେ ଚା’ ପିଇ ସବୁ ଶୁଣୁଥିବେ। ବିଜେଡି ଏକ ମୁଣ୍ଡବିହୀନ ରାଜନୈତିକ ଦଳ। ବିଗତ ଦିନରେ ସେମାନେ କ’ଣ କରିଛନ୍ତି ସେକଥା ଶୁଣିବା ପାଇଁ ତାଙ୍କ ପାଖରେ ସତ୍‌ସାହସ ନାହିଁ। ୨୪ ବର୍ଷର କାରନାମା ତାଙ୍କର କେମିତି ଲୋକଙ୍କ ପାଖକୁ ନ ଯିବ ତାହା ହେଉଛି ସେମାନଙ୍କ ଉଦ୍ଦେଶ୍ୟ। ଆଗାମୀ ଦିନରେ ବିଜେଡି ସମ୍ପୂର୍ଣ୍ଣ ଭୁଶୁଡ଼ି ମାଟିରେ ମିଶିଯିବ। ଗତ ସରକାର ବାଲି, ଖଣି ସବୁ ଲୁଟ୍‌ କରୁଥିଲା। ସେଥିଲାଗି ବିପର୍ଯ୍ୟୟ ବିଷୟରେ ଶୁଣିବାକୁ ସେମାନଙ୍କ ନିକଟରେ ଧୈର୍ଯ୍ୟ ନାହିଁ। ସ୍ବାଧୀନ ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି, ବିରୋଧୀଙ୍କ ପାଖରେ ବିରୋଧ କରିବାର ବହୁ ଉପାୟ ରହିଛି। ହେଲେ ବିଜେଡି ସଦସ୍ୟମାନେ ଯେପରି ଜଣେ ମହିଳା ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ କେଉଁଠି ମହାବିଦ୍ୟାଳୟ ଜମି ଘରୋଇ କଲେଜକୁ ଦିଆଯାଇଛି ତ ଆଉ କେଉଁଠି ଘରୋଇ ସଂସ୍ଥା ହାତକୁ ଟେକିଦିଆଯାଇଛି। ବହୁ ଲୋକଙ୍କ ନିକଟରେ ଏବେ ବି ପଟ୍ଟା ନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖଣ୍ଡେ ମଧ୍ୟ ପାଇପାରୁନାହାନ୍ତି। ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି, ବିରୋଧୀ ଦଳ ଓଡ଼ିଶା ଏବଂ ଗରିବଙ୍କ ବିକାଶ ଚାହୁଁନାହାନ୍ତି। ଓଡ଼ିଶାକୁ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଆଗ ସରକାର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବହୁତ ଖୁସି ହେଉଥିଲେ। କାରଣ ଏହାପରେ କେନ୍ଦ୍ର ସରକାର ପ୍ରବଳ ଟଙ୍କା ପଠାଉଥିବା ବେଳେ ତାକୁ ବିଭିନ୍ନ ଉପାୟରେ ସେମାନେ ଲୁଟ୍‌ କରିନେଉଥିଲେ। ଏବେ ସରକାର ୧୯ ଲକ୍ଷ ତାଳଗଛ ଲଗାଇବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ବଜ୍ରପାତରୁ ବହୁ ଜୀବନ ରକ୍ଷା ପାଇପାରିବ ବୋଲି ମାଝୀ କହିଛନ୍ତି। ଆଲୋଚନାରେ ଆହୁରି ଅନ୍ୟ ଶାସକ ଦଳ ସଦସ୍ୟମାନେ ମଧ୍ୟ ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri