ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ

ଭୁବନେଶ୍ୱର, ୨୩।୮(ସୁନିତ୍‌ ମିଶ୍ର):ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହଲ୍ଲାକରି ଗୃହତ୍ୟାଗ କରିଥିଲେ। ହେଲେ ଶାସକ ଦଳ ସଦସ୍ୟମାନେ ବିନା ବିରୋଧୀରେ ଖର୍ଚ୍ଚଦାବି ଆଲୋଚନା କରିବା ସହ ମନ୍ତ୍ରୀ ତାଙ୍କ ଉତ୍ତର ରଖିଥିଲେ। ଏହି ଅବସରରେ ଶାସକ ଦଳ ସଦସ୍ୟମାନେ ୨୪ ବର୍ଷରେ ହୋଇଥିବା ବିଭିନ୍ନ ଦୁର୍ନୀତି କଥା ଉଠାଇ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଥମେ ଶାସକ ଦଳ ସଦସ୍ୟ ଇରାଶିଷ ଆଚାର୍ଯ୍ୟ ଏବଂ ବାବୁ ସିଂ ଶାସକ ଦଳ ସଦସ୍ୟଙ୍କ ଉପରେ ବର୍ଷିଥିଲେ। ଗତ ୨୪ ବର୍ଷର ସରକାର ସମୟରେ ବିଜେଡି ନେତାମାନେ ବହୁ ଶିଳ୍ପପତିଙ୍କୁ ଜମି ଦେବା ଲାଗି ବ୍ୟାପକ ଦୁର୍ନୀତି କରିଥିବା ସେମାନେ କହିଥିଲେ। ଏହାପରେ ବିଧାୟକ ଅମର ନାୟକ ମଧ୍ୟ ବିଜେଡି ବିରୋଧରେ ପ୍ରବଳ ବର୍ଷିଥିଲେ। ବିଧାୟକ ଆଶ୍ରିତ ପଟ୍ଟନାୟକ କହିଥିଲେ, ବିରୋଧୀ ବହୁ ହୋହଲ୍ଲାକରି ଲବିରେ ଚା’ ପିଇ ସବୁ ଶୁଣୁଥିବେ। ବିଜେଡି ଏକ ମୁଣ୍ଡବିହୀନ ରାଜନୈତିକ ଦଳ। ବିଗତ ଦିନରେ ସେମାନେ କ’ଣ କରିଛନ୍ତି ସେକଥା ଶୁଣିବା ପାଇଁ ତାଙ୍କ ପାଖରେ ସତ୍‌ସାହସ ନାହିଁ। ୨୪ ବର୍ଷର କାରନାମା ତାଙ୍କର କେମିତି ଲୋକଙ୍କ ପାଖକୁ ନ ଯିବ ତାହା ହେଉଛି ସେମାନଙ୍କ ଉଦ୍ଦେଶ୍ୟ। ଆଗାମୀ ଦିନରେ ବିଜେଡି ସମ୍ପୂର୍ଣ୍ଣ ଭୁଶୁଡ଼ି ମାଟିରେ ମିଶିଯିବ। ଗତ ସରକାର ବାଲି, ଖଣି ସବୁ ଲୁଟ୍‌ କରୁଥିଲା। ସେଥିଲାଗି ବିପର୍ଯ୍ୟୟ ବିଷୟରେ ଶୁଣିବାକୁ ସେମାନଙ୍କ ନିକଟରେ ଧୈର୍ଯ୍ୟ ନାହିଁ। ସ୍ବାଧୀନ ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି, ବିରୋଧୀଙ୍କ ପାଖରେ ବିରୋଧ କରିବାର ବହୁ ଉପାୟ ରହିଛି। ହେଲେ ବିଜେଡି ସଦସ୍ୟମାନେ ଯେପରି ଜଣେ ମହିଳା ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ କେଉଁଠି ମହାବିଦ୍ୟାଳୟ ଜମି ଘରୋଇ କଲେଜକୁ ଦିଆଯାଇଛି ତ ଆଉ କେଉଁଠି ଘରୋଇ ସଂସ୍ଥା ହାତକୁ ଟେକିଦିଆଯାଇଛି। ବହୁ ଲୋକଙ୍କ ନିକଟରେ ଏବେ ବି ପଟ୍ଟା ନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖଣ୍ଡେ ମଧ୍ୟ ପାଇପାରୁନାହାନ୍ତି। ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି, ବିରୋଧୀ ଦଳ ଓଡ଼ିଶା ଏବଂ ଗରିବଙ୍କ ବିକାଶ ଚାହୁଁନାହାନ୍ତି। ଓଡ଼ିଶାକୁ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଆଗ ସରକାର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବହୁତ ଖୁସି ହେଉଥିଲେ। କାରଣ ଏହାପରେ କେନ୍ଦ୍ର ସରକାର ପ୍ରବଳ ଟଙ୍କା ପଠାଉଥିବା ବେଳେ ତାକୁ ବିଭିନ୍ନ ଉପାୟରେ ସେମାନେ ଲୁଟ୍‌ କରିନେଉଥିଲେ। ଏବେ ସରକାର ୧୯ ଲକ୍ଷ ତାଳଗଛ ଲଗାଇବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ବଜ୍ରପାତରୁ ବହୁ ଜୀବନ ରକ୍ଷା ପାଇପାରିବ ବୋଲି ମାଝୀ କହିଛନ୍ତି। ଆଲୋଚନାରେ ଆହୁରି ଅନ୍ୟ ଶାସକ ଦଳ ସଦସ୍ୟମାନେ ମଧ୍ୟ ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri