ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ୨ ଟି ଶିବିରରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ମୋଟ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି ସେମାନଙ୍କ ମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୫୨ ଜଣଙ୍କ ମଧ୍ୟରୁ ୫୭ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୬ ଜଣଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଛନ୍ତି।

ସେହିପରି ରାପଡାବାଡି ବିଦ୍ୟାଳୟରେ ଚାଲିଥିବା ଶିବିରରେ ମୋଟ ୧୫୬ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୩୭ ଜଣଙ୍କୁ ଚଷମା ପ୍ରଦାନ କରାଯିବା ସହ ଜଣଙ୍କୁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପଠାଇଛନ୍ତି। ଶିବିରକୁ ଗୋଷ୍ଠି ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ। ସୁବାଶିଷ ପଣ୍ଡା,ସନ୍ତୋଷ କୁମାର ବରାଡ,ଜି. ଚକ୍ରବର୍ତ୍ତୀ,ଅର୍ଚ୍ଚନା ସ୍ୱାଇଁ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି-ଜନଜାତି ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ, ଉନ୍ନତମାନର ଶିକ୍ଷା ଦିଆଯିବା ଆବଶ୍ୟକ

ବାଲିଗୁଡା,୧୩।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦାରା ପରିଚାଳିତ...

ନିଆଁ ଲାଗି ଫସଲ ନଷ୍ଟ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଖଜୁରୀପଡ଼ା,୧୩ା୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ବଲସକୁମ୍ପା ପଞ୍ଚାୟତର କେନ୍ଦ୍ରା ସାହିରେ ଚାଷୀ ସଞ୍ଜୟ କହଁର ବସବାସ କରନ୍ତି। ଗରିବ ଆଦିବାସୀ ଶ୍ରେଣୀର ...

ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା...

କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ...

ଉଦ୍ଧାର ହେଲା ଚୋରି ବାଇକ୍‌, ୨ ଅଭିଯୁକ୍ତ ଗିରଫ

ଅତାବିରା/ସରଣ୍ଡା,୧୩ା୨(ହୃଷୀକେଶ ଖମାରୀ/ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ମଙ୍ଗଳବାର ଚୋରି ହୋଇଥିବା ବାଇକ୍‌(ନଂ-ଓଡି ୧୭ ଏସ୍‌ ୧୫୭୯)କୁ ପୋଲିସ ଜବତ କରିଛି।...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା କେନାଲ ଘାଇ ମରାମତି କାର୍ଯ୍ୟ

ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ...

ହାଇସ୍କୁଲରେ ପଶି ଭଙ୍ଗାରୁଜା ସହ ଚୋରି, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର/କବିସୂର୍ଯ୍ୟନଗର,୧୩ା୨(ସୀମାଞ୍ଚଳ ମିଶ୍ର/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା କାଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ବାରମ୍ବାର ଚୋରି ହେବାରେ ଲାଗିଛି।...

ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri