Posted inଜାତୀୟ

ଏବେ ବି ଚାଲିଛି ‘ଅପରେଶନ ସିନ୍ଦୂର’: ସେନାକୁ ସତର୍କ କରାଇଲେ CDS ଅନିଲ ଚୌହାନ

ନୂଆଦିଲ୍ଲୀ,୨୫।୭: ସିଡିଏସ ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଅପରେଶନ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ରହିବାକୁ ପଡିବ। ଯୁଦ୍ଧ ପାଇଁ ଶସ୍ତ୍ର (ଅସ୍ତ୍ର) ଏବଂ ଶାସ୍ତ୍ର (ଜ୍ଞାନ) ଉଭୟ ଆବଶ୍ୟକ। ସେନା ସମସ୍ତ ପରିସ୍ଥିତିରେ 24×7, ୩୬୫ ଦିନ ପ୍ରସ୍ତୁତ ରହିବା ଉଚିତ। ଆଜିର ଯୁଦ୍ଧ ପାରମ୍ପରିକ ଏବଂ ଆଧୁନିକ ପଦ୍ଧତିର ମିଶ୍ରଣ, ଯେଉଁଥିରେ ଗତିଜ (ଅସ୍ତ୍ର ଆଧାରିତ) ଏବଂ ଅଣ-ଗତିଜ (ସୂଚନା ଆଧାରିତ) ରଣନୀତି ଉଭୟ ଅନ୍ତର୍ଭୁକ୍ତ। ଏହା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପିଢ଼ିର ଯୁଦ୍ଧ କୌଶଳର ସମନ୍ବୟ।

କେନ୍ଦ୍ର ସରକାର ସଂସଦରେ କହିଥିଲେ,ଅପରେଶନ ସିନ୍ଦୂର ମେ ୭ ତାରିଖରେ ଆରମ୍ଭ ହୋଇଥିଲା, ଯାହା ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଥିଲା। ରାଜ୍ୟ ସଭାରେ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଥିଲେ, ଏହି ଅପରେଶନ ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ଏବଂ ଆତଙ୍କବାଦୀଙ୍କୁ ହତ୍ୟା କରିବା ଉପରେ କେନ୍ଦ୍ରିତ ଥିଲା।
ଅପରେସନ ସିନ୍ଦୂର ଅନ୍ତର୍ଜାତୀୟ ଚାପରେ ଆରମ୍ଭ କରାଯାଇଥିଲା କି ପ୍ରଶ୍ନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା,ଏହା ଭାରତର ସ୍ବତଃସ୍ଫୂର୍ତ୍ତ ଏବଂ ଦୃଢ଼ ପ୍ରତିକ୍ରିୟା ଥିଲା। ପାକିସ୍ତାନ ଭାରତୀୟ ନାଗରିକ ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ସେନା ସମସ୍ତ ବଡ଼ ଆକ୍ରମଣକୁ ବିଫଳ କରିଥିଲା।
ଅପରାଧାନ ସିନ୍ଦୂର ଅଧୀନରେ, ଭାରତ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନର 9 ଟି ଆତଙ୍କବାଦୀ ଶିବିରକୁ ନଷ୍ଟ କରିଦେଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଭାରତ ମଧ୍ୟ ପାକିସ୍ତାନୀ ବାୟୁସେନା ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା, ବିଶେଷକରି ଯେତେବେଳେ ପାକିସ୍ତାନ ଭାରତୀୟ ସାମରିକ ଏବଂ ସାଧାରଣ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?