Posted inଜାତୀୟ

Operation Sindoor: ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବନ୍ଦ ହେଲା ବିମାନ ଉଡାଣ, ଜାଣି ନିଅନ୍ତୁ କେମିତି କରିବେ ଯାତ୍ରା

ନୂଆଦିଲ୍ଲୀ,୭।୫: ସମୟ ରାତି ପ୍ରାୟ ୧ଟା ୫୪। ଭାରତର ଆରମ୍ଭ କଲା ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିଶାଇଲ ମାଡରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ । ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଠିକଣା ଉପରେ ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରିଛି ଭାରତୀୟ ସଶସ୍ତ୍ର ବଳ । ଟାର୍ଗେଟରେ ଥିଲା ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ଆଡ୍ଡା । ମୋଟ ୯ଟି ଠିକଣାରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତୀୟ ବାୟୁସେନା। ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।
ତେବେ ପହଲାଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବକୁ ଯୋଜନା କରି ଶେଷରେ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଏବେ ଏହି ଆକ୍ରମଣ ପରେ ଭାରତର ପ୍ରାୟ ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ ହୋଇଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରିଛି ଏଆର ଇଣ୍ଡିଆ। କେବଳ ସେତିକି ନୁହେଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଉଡ଼ାଣ ବନ୍ଦ କରିଛି। ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସରକୁ ଉଡ଼ାଣ ବନ୍ଦ କରାଯାଇଛି। ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟକୁ ଉଡ଼ାଣ ବନ୍ଦ କରାଯାଇଥିବା ବେଳେ ଅମୃତସର ଆସିବାକୁ ଥିବା ବିମାନକୁ ବି ରଦ୍ଦ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri