Posted inଜାତୀୟ

Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି

ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସୁରକ୍ଷା ବାହିନୀ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ଅପରେସନ ସମୟରେ ନଅଟି ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ (JeM) ମୁଖ୍ୟାଳୟ ଏବଂ ମୁରିଦକେରେ ଥିବା ଲସ୍କର-ଏ-ତୋଇବା (LeT) ମୁଖ୍ୟାଳୟ ଅନ୍ତର୍ଭୁକ୍ତ।
ପ୍ରଧାନମନ୍ତ୍ରୀ ମୋଦି ଏୟାର ଷ୍ଟ୍ରାଇକ ପୂର୍ବରୁ ଅନେକ ବୈଠକ କରିଥିଲେ
ସେ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିଲେ। ପ୍ରତିରକ୍ଷା ବିଭାଗ ମୁଖ୍ୟ, ବରିଷ୍ଠ ଗୁଇନ୍ଦା ଅଧିକାରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କୁ ନିରନ୍ତର ଏନେଇ ସୂଚନା ଦେଉଥିଲେ। ମଙ୍ଗଳବାର ବିଳମ୍ବିତ ସାରୁ ଆରମ୍ଭ ହୋଇ ବୁଧବାର ଭୋର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲା।
ପହଲଗାମ ଆକ୍ରମଣ ପରଦିନ ହୋଇଥିବା ଗୁଇନ୍ଦା ଆକଳନ ପରେ ‘ଅପରେସନ ସିନ୍ଦୂର’ ଯୋଜନା କରାଯାଇଥିବା ସୂତ୍ରରୁ ଜଣାପଡିଛି। ଭାରତୀୟ ବାୟୁସେନା କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ନଥିଲା।
ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା ଏବଂ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହୃତ ଭିତ୍ତିଭୂମି ଉପରେ ବିଶେଷ ଭାବରେ ଆକ୍ରମଣ କରାଯାଇଥିଲା।
ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ । ଆମେରିକା, ବ୍ରିଟେନ, ରୁଷିଆ, ସାଉଦି ଆରବକୁ ଜଣାଇଛି । ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ ।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?