ଅପରେଶନ ‘ସାଇଲେଣ୍ଟ ଭାଇପର’

ଦୀର୍ଘଦିନ ଧରି କ୍ରାଇମବ୍ରାଞ୍ଚ, ସିବିଆଇ, ପୋଲିସ ନଜରରୁ ଖସି ପାତାଳ ପୁରରେ ରହିବା ଲୋକ କେବେବି ସାଧାରଣ ହୋଇପାରେନା। ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ଅତି ଚତୁରତାର ସହିତ ପରିଚୟ ବଦଳାଇ ରାଜ୍ୟ ବାହାରେ ଲୁଚି ରହିଥିଲେ। ତାଙ୍କୁ ଧରିବା ପାଇଁ ତିନିମାସ ତଳେ କମିଶନରେଟ ପୋଲିସ ଆରମ୍ଭ କରିଥିଲା ଅପରେଶନ ‘ସାଇଲେଣ୍ଟ ଭାଇପର’ ବା ‘ନୀରବ ବୋଡା ସାପ’। ଖୋଦ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ଅପରେଶନ ପରିଚାଳନା କରିଥିଲେ। ଏହାକୁ ଶେଷ ରୂପ ଦେବା ପାଇଁ ୪ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏଥିରେ ସାମିଲ ଥିଲେ କଟକ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ପେଶାଲ ସ୍କ୍ବାଡ୍‌ ଇନ୍ସପେକ୍ଟର ଅଜୟ କୁମାର ଦାସ ଓ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ। ଏମାନେ ଅପରେଶନ ‘ସାଇଲେଣ୍ଟ ଭାଇପର’ ମିଶନକୁ ସଫଳ କରିବାକୁ ଲାଗି ପଡିଥିଲେ। ମିଶନ ସମ୍ପର୍କରେ ଅନ୍ୟ କାହାକୁ ବି ସୂଚନା ଦିଆଯାଇ ନ ଥିଲା। ଚୁପ୍‌ଚାପ୍‌ ବିବନ ଓ ତାଙ୍କ ପରିବାର ସମ୍ପର୍କରେ ତଥ୍ୟ ଯୋଗାଡ଼ରେ ଲାଗି ପଡ଼ିଥିଲେ। ବିବନ ପୁଣେର ଆମ୍ବି ଭ୍ୟାଲିରେ ରହିବା ସହ ପରିଚୟ ବଦଳାଇ ଦେଇଥିଲେ। ସେଠାରୁ ନିୟମିତ ପରିବାର ଲୋକଙ୍କ ସହ କଥା ହେବା ସହ ନିଜ ପୁଅ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ମଝିରେ କେତେଥର ନିଜ ଘରକୁ ଆସି ଥିବା ମଧ୍ୟ ଟିମ୍‌କୁ ସୂଚନା ମିଳିଥିଲା। ମୋବାଇଲ୍‌ ଫୋନ୍‌କୁ ଟ୍ରାକ୍‌ କରି ବିବନ ରହୁଥିବା ସ୍ଥାନକୁ ଠାବ କରାଯାଇଥିଲା। ତାଙ୍କର ସବୁ ତଥ୍ୟ ହାସଲ ପରେ ଆଉ ଏକ ଟିମ୍‌ ତାଙ୍କୁ ଧରିବା ପାଇଁ ପୁଣେ ଯାଇଥିଲା। ହେଲେ କେହି ଧରିପାରିବେ ନାହିଁ ବୋଲି ଭାବି ବିବନ ଖୁସିରେ ବୁଲୁଥିବାବେଳେ ବୋଡା ସାପ ଭଳି ଅଭିଯୁକ୍ତର ବେକ ଧରିପକାଇଥିଲା ଟିମ୍‌। ବିବନ ଗିରଫ ହେବା ପରେ କମିଶନରେଟ ପୋଲିସକୁ ଅର୍ଦ୍ଧ ସଫଳତା ମିଳିଛି। ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗାଡ଼ କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲେ ପୋଲିସକୁ ପୂର୍ଣ୍ଣ ସଫଳତା ମିଳିବ ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ହୋଇପାରେ ରିମାଣ୍ଡ ନିଷ୍ପତ୍ତି,  ଆଜି ବୈଠକ

ରିମାଣ୍ଡରେ ଆସିବେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏନେଇ ମଙ୍ଗଳବାର ସିବିଆଇ ଓ କମିଶନରେଟ ପୋଲିସର ବୈଠକ ବସିବ। ଏହାପରେ ଅଭିଯୁକ୍ତ ବିବନଙ୍କୁ ରିମାଣ୍ଡରେ ନେବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri