Posted inଜାତୀୟ

‘ଅପରେସନ ସମୁଦ୍ରଗୁପ୍ତ’: ୧୨ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ଥାନ ଲିଙ୍କ୍‌!

ନୂଆଦିଲ୍ଲୀ,୧୪।୫:ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମିଳିତ ଅପରେସନ ‘ସମୁଦ୍ରଗୁପ୍ତ’ରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୧୨,୦୦୦କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୫୦୦କି.ଗ୍ରା. ମିଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି। ଆଣ୍ଟି ଡ୍ରଗ୍ସ ଏଜେନ୍ସି କହିଛନ୍ତି ଯେ,ଏହି ଅପରେସନ ଦ୍ୱାରା ଦେଶର ସବୁଠାରୁ ବଡ ମିଥାମଫେଟାମାଇନ ଜବତ ହୋଇଛି। ଏଥିସହ ଜଣେ ପାକିସ୍ତାନୀ ନାଗରିକଙ୍କୁ ଡ୍ରଗ୍ସ ସମ୍ପର୍କରେ ପଚରାଉଚରା ପାଇଁ ଅଟକ ରଖାଯାଇଛି।

ଏନସିବି ଉପ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, ‘ଅପରେସନ ସମୁଦ୍ରଗୁପ୍ତ’ ଦ୍ୱାରା ଡ୍ରଗ୍ସ ଜବତ ହୋଇପାରିଛି। ଏହି ଅପରେସନରେ ଆଫଗାନିସ୍ତାନରୁ ଆସୁଥିବା ଔଷଧ ଏବଂ ଡ୍ରଗ୍ସର ସମୁଦ୍ରରେ ଚୋରା ଚାଲାଣକୁ ଟାର୍ଗେଟ କରାଯାଇଥିଲା। ଆଣ୍ଟି ଡ୍ରଗ୍ସ ଏଜେନ୍ସି କହିଛନ୍ତି ଯେ, ଗତ ଦେଢ ବର୍ଷ ମଧ୍ୟରେ ସମୁଦ୍ରର ଦକ୍ଷିଣ ମାର୍ଗ ଦେଇ କରାଯାଉଥିବା ଡ୍ରଗ୍ସ କାରବାରରେ ଏନସିବିର ଏହା ତୃତୀୟ ବଡ ସଫଳତା। ଏହି ଅପରେସନ ଅଧିନରେ ଏପର୍ଯ୍ୟନ୍ତ ପ୍ରାୟ ୩୨୦୦କି.ଗ୍ରା. ମିଥାମଫେଟାମାଇନ, ୫୦୦କି.ଗ୍ରା ହିରୋଇନ ଏବଂ ୫୨୯କି.ଗ୍ରା ହଶିଶ ଜବତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri