୧୨ରୁ ୬ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଚଳାଚଳ

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍‌ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜରମାନଙ୍କୁ ମିଶାଇ ୬୫୦ କର୍ମଚାରୀ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ। ଏହି ଜିଲାଗୁଡ଼ିକ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍‌ଗୁଡ଼ିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ଠାରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।
କର୍ମଚାରୀମାନଙ୍କୁ ସମ୍ବୋଧନ କରି ୫-ଟି ସଚିବ କହିଛନ୍ତି ଯେ, ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇଦେବା ଆମର ପ୍ରଥମ ଦାୟିତ୍ୱ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲାଙ୍କଠାରୁ ଆରମ୍ଭକରି ଚାଷୀ, ବ୍ୟବସାୟୀ, ମିଶନ୍‌ ଶକ୍ତିର ମହିଳା ସମସ୍ତେ ଉପକୃତ ହେବେ। ସ୍କୁଲ, କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ନେଇ ବଜାରରେ ସହଜରେ ବିକ୍ରିବଟା କରିପାରିବେ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ୍‌ ଶକ୍ତି ମହିଳାମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟାତ କରିବା ସହଜ ହେବ ବୋଲି ସେ କହିଛନ୍ତି। ପାଣ୍ଡିଆନ ଆହୁରି କହିଛନ୍ତି, ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗଣ୍ଡାରେ ସମୃଦ୍ଧି ଆଣିପାରିବ। ଅର୍ଥନୈତିକ ବିକାଶକୁ ମଧ୍ୟ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ। ତେଣୁ ବସ୍‌ କର୍ମଚାରୀମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ୩-ଏସ୍‌ ଯଥା ସୁରକ୍ଷା, ସୁବିଧା ଓ ସମ୍ମାନକୁ ଗୁରୁତ୍ୱ ଦେଇଛନ୍ତି। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକେ ଯେପରି ସମ୍ମାନର ସହିତ ଯାତାୟାତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀମାନଙ୍କ କର୍ତ୍ତବ୍ୟ ବୋଲି ପାଣ୍ଡିଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri