ଅପରେଶନ ‘କ୍ଲିନ୍‌’ ଆରମ୍ଭ

ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ଜିଲାକୁ ଅପରାଧ ମୁକ୍ତ କରିବା ଲାଗି ଆରମ୍ଭ ହୋଇଛି ‘ଅପରେଶନ କ୍ଲିନ୍‌’। ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ଶେଷ ସୁଯୋଗ ଦିଆଯାଇଛି। ସାମାଜିକ ସ୍ରୋତରେ ସାମିଲ ହେଲେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବ। ତଥାପି ନ ସୁଧୁରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ରାତି ୭ଟା ୪୫ରେ ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ କାମାକ୍ଷାନଗର ଅଞ୍ଚଳର ବିଜେଡି ନେତା ତଥା ଠିକାଦାର କାହ୍ନୁ ସାହୁ ଗୁଳିକାଣ୍ଡ ମାମଲା ଓ ଠିକାଦାର ଭୂପେଶ ଚନ୍ଦ୍ର ମହାପାତ୍ରଙ୍କ ଅସ୍ଥାୟୀ କ୍ୟାମ୍ପରେ ଜେସିବି ପୋଡ଼ି ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି। ଏହି ଦୁଇ ମାମଲାରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଦାଦାବଟି ନାମରେ ଆତଙ୍କ ସୃଷ୍ଟି କରିଥିବା ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଗ୍ୟାଙ୍ଗ୍‌ ମୁଖ୍ୟ ରାକେଶ ପାତ୍ର (୨୨) ଏବଂ ତାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ ପପୁ (୨୫) ଗିରଫ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।
ଯାଜପୁର ଜିଲା କାଳିଆପାଣି ଥାନା ଟାଟା ମାଇନ୍ସ ରାମସୋଲ ଅଞ୍ଚଳର ରାକେଶ ଏବଂ ସଦର ଥାନା କାଙ୍କଡ଼ପାଳରେ ରହୁଥିବା ରାସୋଳ ଥାନା ସୋରତ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପେସାଦାର ଅପରାଧୀ। ସେମାନେ ଠିକାଦାରଙ୍କୁ ହତ୍ୟାଧମକ ଦେଇ ଦାଦାବଟି ଆଦାୟ କରୁଥିଲେ। ରାକେଶଙ୍କ ନାମରେ କାମାକ୍ଷାନଗର ଥାନାରେ ୩ଟି, ତୁମୁସିଙ୍ଗା ଥାନାରେ ଗୋଟିଏ ମାମଲା ରହିଛି। ୨୫ ନଭେମ୍ବର ୨୦୨୨ ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ଗାଲୁକାଟେଣୀ-ସମାଟାଙ୍ଗୀ ରାସ୍ତାରେ ଥିବା ଠିକାଦାର ଭୂପେଶ ମହାପାତ୍ରଙ୍କ ଅସ୍ଥାୟୀ କ୍ୟାମ୍ପରେ ଅଭିଯୁକ୍ତମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ସେମାନେ ଏକ ଧଳା ରଙ୍ଗର କାର୍‌ରେ ଆସି ଠିକାଦାରଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଦାଦାବଟି ମାଗିଥିଲେ। ଏଥିରେ କର୍ମଚାରୀମାନେ ଅସହାୟତା ପ୍ରକାଶ କରିବାରୁ ଅଭିଯୁକ୍ତମାନେ ଠିକାଦାରଙ୍କୁ ଫୋନ କରି ୫ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲେ। ସେହିପରି କାହ୍ନୁଙ୍କ ଉପରକୁ ହୋଇଥିବା ୩ଥର ଗୁଳିମାଡ଼ ଘଟଣାରେ ଏହି ଦୁଇଜଣ ସମ୍ପୃକ୍ତ ଥିଲେ। ଅଭିଯୁକ୍ତ ରାକେଶ କାମାକ୍ଷାନଗର କଲୋନି ସାହିରେ ରହୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି। ରାକେଶ ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ନାମରେ ଏକ ଗ୍ୟାଙ୍ଗ୍‌ ଗଢ଼ି ଦାଦାବଟି ଆଦାୟ କରୁଥିଲେ। କେତେଜଣ ଯୁବକଙ୍କୁ ନେଇ ସେ ଗ୍ୟାଙ୍ଗ ଗଢ଼ି ଆପରାଧିକ କାର୍ଯ୍ୟକଳାପ ଘଟାଉଥିବା ଜଣାପଡ଼ିଛି। ଏହିସବୁ ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, ଡିଏସ୍‌ପି ବିଭୂତି ଭୂଷଣ ମହାପାତ୍ର, କାମାକ୍ଷାନଗର ଥାନାଧିକାରୀ ଶରତ ମହାଳିକ, ସଦର ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri