ଖୋଲିନି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର

ଲାଠୋର,୧୯ା୧୧(ଭୁବନେଶ୍ୱର ବାରିକ)ସରକାରୀ ନିୟମ ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ପରିବାରର ୬ରୁ ୧୪ ବର୍ଷର ଶିଶୁଙ୍କ ପାଇଁ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରେ ଦାଦନ ପ୍ରବଣ ଅଞ୍ଚଳରେ ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଖୋଲିଥାଏ। ମେ ୧୫ ଯାଏ ଏହି କେନ୍ଦ୍ର ଚାଲୁ ରହିଥାଏ। ହେଲେ ଚଳିତ ବର୍ଷ ଏ ଯାଏ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଅଞ୍ଚଳରେ ଏହି କେନ୍ଦ୍ର ଖୋଲିନାହିଁ। ଏଥିଯୋଗୁ ଅନେକ ଦାଦନ ଶ୍ରମିକ ପରିବାର ତାଙ୍କ ପିଲାଙ୍କୁ ସାଙ୍ଗରେ ନେଇ ଦାଦନ ଖଟିବାକୁ ଯାଇଥିବା ଅଭିଯୋଗ ହେଉଛି। ଲାଠୋର ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକ ପରିବାର ସେମାନଙ୍କ ପିଲାଙ୍କୁ ଧରି ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଇଥାନ୍ତି। ଏହାକୁ ଆଖିଆଗରେ ରଖି ଦାଦନ ପରିବାରର ପିଲାଙ୍କ ପାଇଁ ସାନଗୁର୍ଜିଭଟା, ମସିଣା, ଚୋରମୁଣ୍ଡା, ପତ୍ରାପାଲି, ସୁନାମୁଦି, ଚାଉଲଡ଼ିଆ, ପିପଲବାହାଲ ଏବଂ ଭରୁଆମୁଣ୍ଡା ଗ୍ରାମର ବିଦ୍ୟାଳୟ ମାନଙ୍କରେ ଜିଲା ପ୍ରଶାସନ ଋତୁକାଳୀନ ଆବାସିକ ପ୍ରଯନତ୍ କେନ୍ଦ୍ର ଖୋଲିଥିଲେ। ସେଠାରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ରଖି ପାଠପଢା ଯାଏ। ଏଥିସହ ୬ମାସର ଖାଦ୍ୟପେୟ ବାବଦକୁ ମୁଣ୍ଡପିଛା ୧୦ହଜାର ଟଙ୍କା ଲେଖାଏ ସରକାର ପ୍ରଦାନ କରିଥାନ୍ତି। ହେଲେ ବିଭାଗୀୟ ଅବହେଳା ହେତୁ ପ୍ରତିବର୍ଷ କେନ୍ଦ୍ରମାନଙ୍କୁ ଟଙ୍କା ପ୍ରଦାନ କରାଯାଉନାହଁି। ଗତ ୨୦୧୪-୧୫,୨୦୧୮-୧୯ ଏବଂ ୨୦୨୨-୨୩ ଆର୍ଥିକ ବର୍ଷର ୫୦ ପ୍ରତିଶତ ଟଙ୍କା ଆଜି ଯାଏ କେନ୍ଦ୍ରମାନଙ୍କୁ ଦିଆଯାଇ ନଥିବା ଜଣାପଡିଛି। ଫଳରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ଟଙ୍କା ମାଗି ଥକି ଗଲା ପରେ ଏବେ ଆଉ ଛାତ୍ରାବାସ ଖୋଲିବାକୁ ରାଜି ହେଉ ନାହାନ୍ତି। ଗତ ଅକ୍ଟୋବର ୧୦ତାରିଖରେ ଲାଠୋର ଗ୍ରାମରେ ଜିଲା ପ୍ରଶାସନ ପକ୍ଷରୁ ଦାଦନ ଶ୍ରମିକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜିଲାପାଳଙ୍କ ସହ ଜିଲା ଶିକ୍ଷା ଅଧିକାରୀ ଯୋଗଦେଇ ଖୁବଶୀଘ୍ର ଲାଠୋର ଅଞ୍ଚଳରେ ଋତୁକାଳୀନ ଆବାସିକ ପ୍ରଯନତ୍ କେନ୍ଦ୍ର ଖୋଲାଯିବ ବୋଲି କହିଥିଲେ। ହେଲେ ଆଜି ଯାଏ କେନ୍ଦ୍ର ଖୋଲିନାହଁି। ଏନେଇ ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କୁ ପଚାରିବାରୁ ଯେଉଁ ବିଦ୍ୟାଳୟ ମାନ ପ୍ରସ୍ତାବ ଦେଇଛନ୍ତି ତାଙ୍କୁ ଅଗ୍ରୀମ ଟଙ୍କା ଦିଆ ସରିଲାଣି ବୋଲି କହିଥିଲେ। ହେଲେ ଲାଠୋର ଅଞ୍ଚଳର ସମ୍ପୃକ୍ତ ବିଦ୍ୟାଳୟମାନ ପୁରୁଣା ଟଙ୍କା ପ୍ରଦାନ କରା ନଯିବା ଯାଏ ନୂତନ ପ୍ରସ୍ତାବ ଦିଆଯିବ ନାହଁି ବୋଲି କହୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ଋତୁକାଳୀନ ଆବାସିକ ପ୍ରଯନତ୍ କେନ୍ଦ୍ର ଖୋଲିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri