ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ

ଯାଜପୁର ଅଫିସ,୨।୬: ଲକ୍‌ଡାଉନ୍‌ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ ପଡ଼ିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡରେ। ଯାଜପୁର ରୋଡ ନହକା ରାଇସ ମିଲ ପରିସରରେ ଥିବା ଏକ ଲୁଗା ଗୋଦାମକୁ ପୋଲିସ ସିଲ କରିଦେଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରି ଗୋଦାମ ଖୋଲିଥିବା ସମୟରେ ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଗୋଦାମ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ। ନିୟମ ଉଲ୍ଲଂଘନଲାଗି ଗୋଦାମରେ ଜମା ହୋଇଥିବା ସମସ୍ତ ଗ୍ରାହକଙ୍କଠାରୁ ୫ ଶହ ଟଙ୍କା ଲେଖାଏ ଫାଇନ ଆଦାୟ କରିଛି।