ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ ଚିଠି। ଚିଠିରେ ଲେଖାଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଙ୍ଗଳବାର ସଦର ଥାନା ପୋଲିସ ନିଖୋଜ ଛାତ୍ରୀଙ୍କ କଙ୍କାଳ ଏକ ଧାନ କିଆରିରୁ ମାଟି ଖୋଳି ଜବତ କରିଛି। ଏହାର ସବିଶେଷ ତଥ୍ୟ ତଦନ୍ତ ପରେ ଦିଆଯିବ ବୋଲି ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ୱରୀ ନାଏକ (୧୭) ଏକଲବ୍ୟ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିଲେ। ଗତବର୍ଷ ଡିସେମ୍ବରରେ ବଡ଼ଦିନ ଛୁଟିରେ ଘରକୁ ଆସିଥିଲେ। ଜାନୁୟାରୀ ୩ ତାରିଖ ରାତିରେ ଖାଇବା ପରେ କୋଠରିରେ ଶୋଇବାକୁ ଯାଇଥିଲେ। ତାଙ୍କ ମା’ ସୁମିତ୍ରା ରାତି ପ୍ରାୟ ୨ଟାରେ ଘରୁ ବାହାରିବା ସମୟରେ ଦେଖିଲେ ଯେ, ଝିଅ କୋଠରିରେ ନାହିଁ। ଏ ନେଇ ତାଙ୍କ ସ୍ବାମୀ ଧନିରାମଙ୍କୁ ଏ ବିଷୟରେ ଜଣାଇଥିଲେ। ପରିବାର ଓ ପଡ଼ୋଶୀମାନେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଜାନୁୟାରୀ ୯ରେ ଧନିରାମ ନୂଆପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ଥାନା ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା। ପ୍ରାୟ ୧୦ ମାସ ପରେ ଗାଁର ଜଣେ ଯୁବକ ତୁମ ଝିଅକୁ ହତ୍ୟା କରି ମାଟିରେ ପୋତି ଦିଆଯାଇଛି ବୋଲି ଗତ ୨୫ ତାରିଖରେ କହିଥିଲେ। ଏହା ପରେ ଗାଁର ଲୋକଙ୍କୁ ନେଇ ଏକ ବୈଠକ କରାଯାଇ ଅଭିଯୁକ୍ତ କିଏ ବୋଲି ଖୋଜା ଚାଲିଥିଲା। ହଠାତ ଏକ ବେନାମୀ ଚିଠି ଧନିରାମଙ୍କ ନାମରେ ସେହି ଦିନ ଆସିଥିଲା। ସେହି ଚିଠିରେ ତୁମର ଝିଅ ହିତେଶ୍ୱରୀଙ୍କୁ ୫ଜଣ ଯୁବକ ମାରି ମାଟିରେ ପୋତି ଦେଇଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଚିଠିରେ ୫ଜଣ ଯୁବକଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଚିଠି ତଳେ ମୁଁ ଛତିଶଗଡ଼ ମହାସମୁନ୍ଦ୍ରର ତୁମର ଜଣେ ହିତାକାଂକ୍ଷୀ। ଓଡ଼ିଶା ଯାଇଥିବା ବେଳେ ଏହି ଖବର ଶୁଣିଲି ବୋଲି ଲେଖାଯାଇଥିଲା। ସେହି ଚିଠି ଆଧାରରେ ଗତ ୨ ତାରିଖରେ ପୁଣି ସଦର ଥାନାରେ ବାପା ଧନିରାମ ଅଭିଯୋଗ କରିଥିଲେ। ଚିଠିରେ ଲେଖାଥିବା ୫ଜଣ ଯୁବକଙ୍କୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ହତ୍ୟା ପ୍ରମାଣ ନଷ୍ଟ କରିବା ପାଇଁ ମାରି ନିଆଁରେ ପୋଡି ପୋତି ଦେଇଥିବା ସେହି ଯୁବକମାନେ ସ୍ବୀକାର କରିଥିଲେ। ତାଙ୍କୁ ମାରି ପୋତି ଥିବା ଏକ ଧାନ କିଆରି ସ୍ଥାନ ଦେଖାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ନୂଆପଡା ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରା, ସଦର ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତମାନେ ଦେଖାଇଥିବା ଧାନ କିଆରିକୁ ଯାଇଥିଲେ। ଧାନ ସଫା କରି ଜେସିବି ସାହାଯ୍ୟରେ ମାଟି ଖୋଳି ଛାତ୍ରୀଙ୍କ କଙ୍କାଳ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri