ଖୋଲିବ ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ, ୨ ବାଟାଲିୟନ

ଛତ୍ରପୁର,୭।୪(ଡି.ଏନ୍‌.ଏ):: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ, ଗ୍ରୁପ ହେଡକ୍ୱାର୍ଟର ଏବଂ ୨ ବାଟାଲିୟନ ପାଇଁ ଜମି ଚିହ୍ନଟ ବିଳମ୍ବ ହେଉଛି। ଏନେଇ ପୁଣି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି। ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ ପ୍ରତିଷ୍ଠା ହେଲେ ଶିକ୍ଷାର୍ଥିମାନଙ୍କୁ ଉଚ୍ଚମାନର ତାଲିମ ମିଳିପାରିଥାନ୍ତା। ଜିଲାର ବିଭିନ୍ନ ସ୍କୁଲ ଓ କଲେଜରେ ଏନସିସି ଗ୍ରୁପ ରହିଛି। ଏମାନଙ୍କ ପାଇଁ ଆବଶ୍ୟକୀୟ ତାଲିମ ସୁବିଧା ହୋଇପାରିବ। ଏଥିସହ ଏନସିସିର ୨ଟି ବାଟାଲିୟନ ପ୍ରତିଷ୍ଠା ସହ ଜମି ଆବଶ୍ୟକ ରହିଛି। ଏନସିସି ଗ୍ରୁପ ହେଡକ୍ୱାର୍ଟରର ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଜମି ଆବଶ୍ୟକତା ରହିଛି। ପୂର୍ବରୁ ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ନିକଟକୁ ଚଠି ଆସିଥିଲା। ଏହା ଉପରେ ପଦକ୍ଷେପ ନିଆଯାଇନି। ପୁଣି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଠାରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି। ଏହାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରରେ ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ ପାଇଁ ୫ ଏକର ଜମି ଆବଶ୍ୟକତା ରହିଛି । ୨୦୨୨ ଅଗଷ୍ଟ ୨୬ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଜମି ଦେବାକୁ ଉକ୍ତ ବୈଠକରେ ନିଷ୍ପତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ୨୦୨୨ ଡିସେମ୍ବର ୨୧ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି ଆସିଥିଲା। ପୁଣି ଚଳିତ ମାସ ୪ ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀଙ୍କ ଠାରୁ ଏକ ଚିଠି ଜିଲାପାଳଙ୍କ ନିକଟକୁ ଆସିଛି। ଆହୁରି ଜଣାଯାଇଛି ଯେ ବ୍ରହ୍ମପୁରରେ ଏନସିସି ଗ୍ରୁପ ହେଡକ୍ୱାର୍ଟର ଓ ୨ଟି ବାଟାଲିୟନ ପ୍ରତିଷ୍ଠା ପାଇଁ ଜମି ଆବଶ୍ୟକତା ରହିଛି। ୨୦୧୭ ଫେବୃୟାରୀ ୨୩ରେ ରାଜ୍ୟସ୍ତରୀୟ କମିଟି ବୈଠକରେ ଏନେଇ ମଞ୍ଜୁରୀ ମିଳିଥିଲା। ଏଥିପାଇଁ ସଂପ୍ରସାରିତ ବ୍ରହ୍ମପୁର ଷ୍ଟାଡିୟମରେ ଜମି ଦେବାକୁ କୁହାଯାଇଥିଲା। ବ୍ରହ୍ମପୁର ଷ୍ଟାଡିୟମରେ ସ୍ଥାନ ଅଭାବ ଥିଲେ ନିକଟରେ ଏଥିପାଇଁ ଜମି ଯୋଗାଇବାକୁ କୁହାଯାଇଛି।

ତାମ୍ପରାରେ ନେଭାଲ ୟୁନିଟ୍‌ର ବୋଟ୍‌ ବ୍ୟବସ୍ଥା
ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମ୍ମୁରୀ ତାମ୍ପରା ଠାରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ରହିଛି । ଏଥିସହ ସେଠାରେ ଲେକ୍‌ ଭ୍ୟୁ ପାର୍କ ରହିଛି। ଏଥିଲାଗି ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟୁଛି ା ଅପରପକ୍ଷରେ ନେଭାଲ ୟୁନିଟ୍‌ର ବୋଟ ରହିବାକୁ ତାମ୍ବରା ହ୍ରଦ କୂଳରେ ଜମିର ଆବଶ୍ୟକତା ପଡିଛି । ଏଥିପାଇଁ ୩୦୦ ବର୍ଗ ମିଟର ଜମି ଆବଶ୍ୟକ ପଡୁଛି ା ନେଭାଲ ୱିଙ୍ଗ୍‌ ର ନିଜସ୍ବ ତାଲିମ ତାମ୍ପରାରେ କରିବା ପାଇଁ ବୋଟ ଏଠାରେ ରହିବ। ଏହି ଜମି ନେଭାଲ ୱିଙ୍ଗକୁ ଦେବା ପାଇଁ ୨୦୨୨ ଅଗଷ୍ଟ ୨୬ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକରେ ନିଷ୍ପତି ହୋଇଥିଲା ା ଏହାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ର ପ୍ରିନ୍ସପାଲ ସେକ୍ରେଟାରୀଙ୍କ ପକ୍ଷରୁ ୪ ତାରିଖରେ ଗଂଜାମ ଜିଲାପାଳଙ୍କୁ ଏକ ଚିଠି (ନଂ-୧୪୦୭୯) ଆସିଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri