ଖୋଲିବ ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ, ୨ ବାଟାଲିୟନ

ଛତ୍ରପୁର,୭।୪(ଡି.ଏନ୍‌.ଏ):: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ, ଗ୍ରୁପ ହେଡକ୍ୱାର୍ଟର ଏବଂ ୨ ବାଟାଲିୟନ ପାଇଁ ଜମି ଚିହ୍ନଟ ବିଳମ୍ବ ହେଉଛି। ଏନେଇ ପୁଣି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି। ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ ପ୍ରତିଷ୍ଠା ହେଲେ ଶିକ୍ଷାର୍ଥିମାନଙ୍କୁ ଉଚ୍ଚମାନର ତାଲିମ ମିଳିପାରିଥାନ୍ତା। ଜିଲାର ବିଭିନ୍ନ ସ୍କୁଲ ଓ କଲେଜରେ ଏନସିସି ଗ୍ରୁପ ରହିଛି। ଏମାନଙ୍କ ପାଇଁ ଆବଶ୍ୟକୀୟ ତାଲିମ ସୁବିଧା ହୋଇପାରିବ। ଏଥିସହ ଏନସିସିର ୨ଟି ବାଟାଲିୟନ ପ୍ରତିଷ୍ଠା ସହ ଜମି ଆବଶ୍ୟକ ରହିଛି। ଏନସିସି ଗ୍ରୁପ ହେଡକ୍ୱାର୍ଟରର ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଜମି ଆବଶ୍ୟକତା ରହିଛି। ପୂର୍ବରୁ ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ନିକଟକୁ ଚଠି ଆସିଥିଲା। ଏହା ଉପରେ ପଦକ୍ଷେପ ନିଆଯାଇନି। ପୁଣି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଠାରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି। ଏହାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରରେ ଏନ୍‌ସିସି ଟ୍ରେନିଂ କମ୍ପ୍ଲେକ୍ସ ପାଇଁ ୫ ଏକର ଜମି ଆବଶ୍ୟକତା ରହିଛି । ୨୦୨୨ ଅଗଷ୍ଟ ୨୬ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଜମି ଦେବାକୁ ଉକ୍ତ ବୈଠକରେ ନିଷ୍ପତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ୨୦୨୨ ଡିସେମ୍ବର ୨୧ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି ଆସିଥିଲା। ପୁଣି ଚଳିତ ମାସ ୪ ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀଙ୍କ ଠାରୁ ଏକ ଚିଠି ଜିଲାପାଳଙ୍କ ନିକଟକୁ ଆସିଛି। ଆହୁରି ଜଣାଯାଇଛି ଯେ ବ୍ରହ୍ମପୁରରେ ଏନସିସି ଗ୍ରୁପ ହେଡକ୍ୱାର୍ଟର ଓ ୨ଟି ବାଟାଲିୟନ ପ୍ରତିଷ୍ଠା ପାଇଁ ଜମି ଆବଶ୍ୟକତା ରହିଛି। ୨୦୧୭ ଫେବୃୟାରୀ ୨୩ରେ ରାଜ୍ୟସ୍ତରୀୟ କମିଟି ବୈଠକରେ ଏନେଇ ମଞ୍ଜୁରୀ ମିଳିଥିଲା। ଏଥିପାଇଁ ସଂପ୍ରସାରିତ ବ୍ରହ୍ମପୁର ଷ୍ଟାଡିୟମରେ ଜମି ଦେବାକୁ କୁହାଯାଇଥିଲା। ବ୍ରହ୍ମପୁର ଷ୍ଟାଡିୟମରେ ସ୍ଥାନ ଅଭାବ ଥିଲେ ନିକଟରେ ଏଥିପାଇଁ ଜମି ଯୋଗାଇବାକୁ କୁହାଯାଇଛି।

ତାମ୍ପରାରେ ନେଭାଲ ୟୁନିଟ୍‌ର ବୋଟ୍‌ ବ୍ୟବସ୍ଥା
ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମ୍ମୁରୀ ତାମ୍ପରା ଠାରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ରହିଛି । ଏଥିସହ ସେଠାରେ ଲେକ୍‌ ଭ୍ୟୁ ପାର୍କ ରହିଛି। ଏଥିଲାଗି ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟୁଛି ା ଅପରପକ୍ଷରେ ନେଭାଲ ୟୁନିଟ୍‌ର ବୋଟ ରହିବାକୁ ତାମ୍ବରା ହ୍ରଦ କୂଳରେ ଜମିର ଆବଶ୍ୟକତା ପଡିଛି । ଏଥିପାଇଁ ୩୦୦ ବର୍ଗ ମିଟର ଜମି ଆବଶ୍ୟକ ପଡୁଛି ା ନେଭାଲ ୱିଙ୍ଗ୍‌ ର ନିଜସ୍ବ ତାଲିମ ତାମ୍ପରାରେ କରିବା ପାଇଁ ବୋଟ ଏଠାରେ ରହିବ। ଏହି ଜମି ନେଭାଲ ୱିଙ୍ଗକୁ ଦେବା ପାଇଁ ୨୦୨୨ ଅଗଷ୍ଟ ୨୬ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକରେ ନିଷ୍ପତି ହୋଇଥିଲା ା ଏହାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ର ପ୍ରିନ୍ସପାଲ ସେକ୍ରେଟାରୀଙ୍କ ପକ୍ଷରୁ ୪ ତାରିଖରେ ଗଂଜାମ ଜିଲାପାଳଙ୍କୁ ଏକ ଚିଠି (ନଂ-୧୪୦୭୯) ଆସିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri